ସମ୍ଭାବ୍ୟ ମରୁଡ଼ି ନେଇ ତନାଘନା, ସମୀକ୍ଷା କଲେ ଅମିତ ଶାହ

el nino

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ ଅତ୍ୟନ୍ତ କମ୍ ବର୍ଷା ରେକର୍ଡ ହେବା ଏବଂ ଜୁଲାଇରେ ମଧ୍ୟ ସ୍ୱଳ୍ପ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ଏବଂ ଏହାର ପ୍ରତିକାର ନେଇ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। କୃଷି, ଜଳସମ୍ପଦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସମ୍ପୃକ୍ତ ମନ୍ତ୍ରାଳୟକୁ ରାଜ୍ୟ ସରକାରମାନଙ୍କ ସହ ସିଧାସଳଖ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି।

About The Author