ପ୍ରଲୋଭନ ଦେଖାଇ ବଢି ଚାଲିଛି ବେଆଇନ ଧର୍ମନ୍ତରିକରଣ
ଦାନଗଦୀ :ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଏବେ ବୃଦ୍ଧି ପାଇ ଚାଲିଛି ଧର୍ମାନ୍ତୀକରଣ ବ୍ୟବସାୟ, ସାରା ଦାନଗଦୀ ଓ ସୁକିନ୍ଦା ବ୍ଲକ ରେ କାୟାବିସ୍ତାର କରିଛି… ନିରୀହସରଳ ଆଦିବାସୀ ସମ୍ପ୍ରଦାୟ ମାନେ ହେଲେ ଏହି ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନଙ୍କ ଟାର୍ଗେଟରେ …ଖବର ମୁତାବକ ଆଜି ମଧ୍ୟାନ୍ନ ସମୟରେ ଯାଜପୁର କଳିଙ୍ଗନଗର ଅଞ୍ଚଳ ର ଗୋବରଘାଟି, ଚାନ୍ଦିଆ, ମିରିଗିଚାରା ଆଦି ସ୍ଥାନରେ ଟଙ୍କା ଏବଂ ରାସନସାମଗ୍ରୀ ର ପ୍ରଲୋଭନ ଦେଖାଇ ଆଦିବାସୀ ମା ଭଉଣୀ ମାନଙ୍କୁ ଖ୍ରୀଷ୍ଟିଆନ କରାଯାଉଥିଲା… ଏହି ଖବର ପାଇ ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ବଜରଙ୍ଗ ଦଳ ଯୁବକ ମାନେ ଘଟଣା ସ୍ଥଳରେ ପହଂଚି ପ୍ରତିବାଦ କରିଥିଲେ ଏବଂ କଳିଙ୍ଗନଗର ପୋଲିସ କୁ ଖବର କରିଥିଲେ.. ଏହି ପ୍ରତିବାଦ ସମୟରେ… ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନଙ୍କ ପାଖରୁ ବହୁ ପରିମାଣରେ ବାଇବେଲ ଏବଂ ଖ୍ରୀଷ୍ଟିଆନ କରିବା ପାଇଁ ତାଲିକା ଜବତ ହୋଇଥିଲା… ଏବଂ ଏହି ଧର୍ମଗୁରୁ ମାନଙ୍କ ମୁଖ୍ୟ ଥିଲେ ନଡ଼ିଆଭଙ୍ଗା ଚର୍ଚ୍ଚ ଫାଦର ଓ ଭୁବନେଶ୍ୱର ରୁ ଆସିଥିବା ଦୁଇ ଜଣ ଖ୍ରୀଷ୍ଟିଆନ ପ୍ରଚାରକ.. ଏ ମାନଙ୍କ ପାଖରୁ ଜବତ ଏକ ଡାଏରୀ ରେ କିପରି ସଂଖ୍ୟାଧିକ ନିଜ ଧର୍ମ କୁ ନେବେ ସବୁ ଆଦିବାସୀ ଗାଁ ର ତାଲିକା ଦେଖି ସ୍ଥାନୀୟ ଯୁବକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ.. ଡାଏରୀ ରେ ତାଲିକା ସହ ଯେଉଁ ଆଦିବାସୀ ଯୁବକ ଏଥିରେ ସହଯୋଗ କରିବ ତାଙ୍କୁ ପୁରସ୍କାର ରାଶି ସହ ଵେଦେଶ ଭ୍ରମଣ ମାଗଣା ନିଆଯିବ ବୋଲି ଲେଖା ହୋଇଥିଲା ସେମାନଙ୍କ ଟାର୍ଗେଟ ରେ ଥିବା ପଂଚାୟତ ଗୁଡିକ. ହେଲା ଗୋବର୍ଦ୍ଧନପୁର, ନଡ଼ିଆଭଙ୍ଗା, କିଆଝର, ଗୋବରଘାଟି, ଚାନ୍ଦିଆ ଆଦି.. ଘଟଣା ସ୍ଥଳରେ କଳିଙ୍ଗନଗର ପୋଲିସ ପହଂଚି ଧର୍ମଗୁରୁ ମାନଙ୍କୁ ନିଜ ହେପାଜତ ନେଇ ତଦନ୍ତ ଜାରି ରଖିଛି.. ଦାନଗଦୀ ଓ ସୁକିନ୍ଦା ବ୍ଲକ ର ବହୁତ ଗୁଡିଏ ଚର୍ଚ୍ଚ ନିର୍ମାଣ କରି ସେବା ନାଁ ରେ ଧର୍ମାନ୍ତୀକରଣ କରି ନିଜର ସଂଖ୍ୟା ଗରିଷ୍ଠ କରିବାର ଲକ୍ଷ୍ୟ କଣ? କାହିଁକ ଏତେ ମିସିନାରୀ ଟଙ୍କା ଖର୍ଚ୍ଚ ହେଉଛି? ବନବାସୀ ଭାଇ ଭଉଣୀ ସହ ସମସ୍ତ ସନାତନ ହିନ୍ଦୁ ଧର୍ମର ଜନସାଧାରଣ ସଚେତନ ସଜାଗ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ, ତେଣୁ ପ୍ରଶାସନ ଏହା ଉପରେ କି କାର୍ଯାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା
