କାଳବୈଶାଖୀ ଯୋଗୁଁ ୩୮ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଉତ୍ତରଭାରତରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ଯୋଗୁଁ ୩୮ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ଗରମ ପରେ ଗୁରୁବାର ଦିନ ପରିବର୍ତ୍ତିତ ପାଗ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଏବଂ କୁଆପଥର ଝଡ଼, ପ୍ରବଳ ପବନ ସହିତ ବ୍ୟାପକ କ୍ଷୟକ୍ଷତି ଘଟିଛିି। ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ ପଡ଼ି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ଏବଂ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଖରାପ ପାଗ ଅନେକ ବିମାନ ଚଳାଚଳକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା। ବର୍ଷା ସମ୍ପର୍କିତ ଦୁର୍ଘଟଣା ଯୋଗୁଁ କେବଳ ଉତ୍ତର ପ୍ରଦେଶରେ କୋଡ଼ିଏ ଜଣଙ୍କର ମୃତ୍ୟୁ ହୋଇଥିଲା। ବିହାରରେ ଚଉଦ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି, ଉତ୍ତରାଖଣ୍ଡରେ ଦୁଇଜଣ ଏବଂ ଝାଡ଼ଖଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି
