September 10, 2026

“ଇମ୍ଫା ତରଫରୁ ଗଛ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ କାର୍ଯ୍ୟକ୍ରମ ପାଳିତ”

WhatsApp Image 2026-09-10 at 3.09.45 PM

କଳିଙ୍ଗ ନଗର, ତା: ୦୯.୦୯.୨୦୨୬: ଦେଶର ଅଗ୍ରଣୀ ଫେରୋକ୍ରୋମ ନିର୍ମାତା “ଇମ୍ଫା”ର କଳିଙ୍ଗ ନଗର ଶାଖା ତରଫରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କକ୍ଷ, କଳିଙ୍ଗ ନଗର ଦ୍ଵାରା ନିର୍ଦ୍ଧାରିତ “ଗୋଟିଏ ଗଛ ଲଗାନ୍ତୁ, ଗୋଟିଏ ଜୀବନ ବଞ୍ଚାନ୍ତୁ” ଶୀର୍ଷକ କାର୍ଯ୍ୟକ୍ରମ ସ୍ଥାନୀୟ ମାନତିରା ପଞ୍ଚାୟତ୍ତ ଅନ୍ତର୍ଗତ କେନ୍ଦୁଢିପି ଗ୍ରାମର କେ.ଏନ. ବ୍ରହ୍ମଚାରି ସରକାରୀ ଉପ୍ରା ବିଦ୍ୟାଲୟଠାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶୀତଳ କୁମାର ଶାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଇମ୍ଫାର ଡି.ଜି.ଏମ. ଶ୍ରୀ ବାସୁଦେବ ମୁଣ୍ଡା ଯୋଗ ଦେଇଥିବା ବେଳେ ଅନ୍ଯତମ ଅତିଥି ଭାବରେ ଇମ୍ଫା, କଳିଙ୍ଗ ନଗରର ପରିବେଶ ବିଭାଗର ମୁଖ୍ୟ ଶ୍ରୀ ହିମାଂଶୁ ଶେଖର ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ବୃକ୍ଷ ହିଁ ଜୀବନ ଓ ବୃକ୍ଷ ରୋପଣର ମୁଳ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ ଏବଂ ପରିଶେଷରେ “ଗୋଟିଏ ଗଛ ଲଗାନ୍ତୁ, ଗୋଟିଏ ଜୀବନ ବଞ୍ଚାନ୍ତୁ” ଶୀର୍ଷକ ଡ୍ରଇଙ୍ଗ ଏବଂ କୁଇଜ କମ୍ପିଟିସନ ହେବା ସହ, ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ଲେମ୍ବୁ, ଆମ୍ବ, ପିଜୁଳି, ବଉଳ ଇତ୍ୟାଦି ଫଳଗଛର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡ୍ରଇଙ୍ଗ କମ୍ପିଟିସନର କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ସମ୍ବନ୍ଧୀୟ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସଙ୍ଘମିତ୍ରା ଓଝା ଏବଂ ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରାଙ୍କ ସହ ୭୦ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ମ୍ୟାନେଜର ଶ୍ରୀ ଆଶିଷ ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁପ୍ରଭା ପ୍ରଧାନ, ଶ୍ରୀମତୀ ଅଞ୍ଜନା ଭୋଇ, ସୁଶ୍ରୀ ବର୍ଷାରାଣୀ ବାରିକ, ସୁଶ୍ରୀ ସୁଶ୍ରୀତା ପରିଡା ପ୍ରମୁଖ ପରିଚାଳନା କରିଥିଲେ ।

About The Author