September 11, 2026

ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ଓ ଅଶୋଧିତ ତୈଳ ଦର ମହଙ୍ଗା

sensex

ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ଓ ଅଶୋଧିତ ତୈଳ ଦର ମହଙ୍ଗା ହେବାରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୬୭୭ ପଏଣ୍ଟ ହ୍ରାସ ପାଇ ୭୬,୫୦୩ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୭୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ନିବେଶକମାନେ ଆଜି ବ୍ୟାଙ୍କ, ଏଫ୍‌ଏମ୍‌ସିଜି ଏବଂ ତୈଳ ଓ ଗ୍ୟାସ୍‌ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ଅଧିକ ମାତ୍ରାରେ ବିକ୍ରି କରିଥିଲେ। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୫୧୭ ପଏଣ୍ଟ ହ୍ରାସ ପାଇ ୨୩,୮୮୨ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା।ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଶାନ୍ତି ରାଜିନାମା ହେବା ପରେ ବଜାରରେ ଯେଉଁ ସୁଧାର ଘଟିଥିଲା ଆଜି ତାହା ସମ୍ପୂର୍ଣ୍ଣ ଧୋଇଯାଇଥିଲା। ଅଶୋଧିତ ତେଲ ମହଙ୍ଗା ହୋଇଥିବାରୁ ପୁଣି ଥରେ ଦେଶରେ ଦରଦାମ୍‌ ସ୍ଥିତି ବିଗିଡ଼ିବା ଆଶଙ୍କା ଦେଖାଦେଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଶେ‌ଷ ହୋଇଥିବା ଘୋଷଣା କରିବା ପରେ ନିବେଶକମାନଙ୍କ ଚିନ୍ତା ବଢ଼ିଯାଇଛି। ଅଶୋଧିତ ତୈଳ ଦର ବ୍ୟାରେଲକୁ ୭୮.୦୯ ଡଲାକୁ ବୃଦ୍ଧି ପାଇଛି। ବିଶ୍ବର ବିଭିନ୍ନ ଦେଶର ଷ୍ଟକ୍‌ ବଜାରରେ କାରବାର ମଧ୍ୟ ମାନ୍ଦା ରହିଥିଲା। ତାହାର ପ୍ରଭାବରେ ମଧ୍ୟ ଭାରତୀୟ ଷ୍ଟକ୍‌ ବଜାରରେ କାରବାର ପ୍ରଭାବିତ ହୋଇଥିଲା।

About The Author