ଆଜି ଥିଲା ରଥ ନିର୍ମାଣର ୬୭ତମ ଦିବସ

WhatsApp Image 2026-06-27 at 5.24.23 PM (1)

ପୁରୀ: ଆଜି ଥିଲା ରଥ ନିର୍ମାଣର ୬୭ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥର ୪ ଗୋଟି ଲେଖାଏଁ ୧୨ ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି। ଚାରମାଳ ପାଇଁ ଗୋଟିଏ ମାଲ କାଠ ହଣା କାର୍ଯ୍ୟ କରାଯାଉଛି। ବେଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବେଦି ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ସହଯୋଗରେ ୫ ଗୋଟି ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ବେଦି ପରିସରକୁ ବଢ଼ାଇବା ପାଇଁ ସେଣି ପତନରେ ବେଦି ଉଭୟ ପାର୍ଶ୍ୱରେ ୩ ଗୋଟିଏ ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରାଯାଇଛି।
କନକ ମୁଣ୍ତି ସେଟିଂ ପାଇଁ ଚାରି ପାର୍ଶ୍ବରେ ୧୬ ଗୋଟି କାଠ ସେଟିଂ କରାଯାଉଛି। ରୂପକାର ସେବକମାନେ ପ୍ରଭାରେ ରୂପ ଖୋଦେଇ କରୁଛନ୍ତି। ପଠାଗୁଜ କାର୍ଯ୍ୟ ଚାଲିଛି। ଏହାପରେ ଅନ୍ୟ ମରାମତି କାର୍ଯ୍ୟ କରାଯିବ। ଦୁଆର ବେଢ଼ାଗୁଡ଼ିକରେ ପ୍ରାଇମର୍ ରଙ୍ଗ କାର୍ଯ୍ୟ ପରେ ରାହୁ ରୂପ ଚିତ୍ର କାର୍ଯ୍ୟ କରାଯାଉଛି। ଚକରେ ରଙ୍ଗ କାର୍ଯ୍ୟ କରାଯାଉଛି। ରାହୁ ମୁଖ ସହ ଛାୟା ମାୟା ଚିତ୍ର ଅଙ୍କନ ଜାରି ରହିଛି। କମାରଶାଳରେ ଓଝା ସେବକମାନେ ତିନିରଥର ପ୍ରଭା କଣ୍ଟା, ବେଦି କଣ୍ଟା ସହ ଘୋଡ଼ା ବାଗିଆ, ସାରଥୀ ବାଗିଆ କଣ୍ଟା, ଦୁଆର ବେଢ଼ା ପାଇଁ ଚଉରସ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣାମାନେ ରଥଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କାର୍ଯ୍ୟ କରୁଛନ୍ତି।

About The Author