ଡୁବୁରୀ ସେକ୍ସନରେ ଅଘୋଷିତ ବିଦ୍ୟୁତ କାଟ୍ ,ଉପଭୋକ୍ତା ହନ୍ତସନ୍ତ ।
କଳିଙ୍ଗନଗର, (ଖ.ଦ) : ଗ୍ରୀଷ୍ମକାଳରେ ବିଦ୍ୟୁତ୍ କାଟ୍ ଆଦୌ ହେବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିବାବେଳେ
ଡୁବୁରୀ ସେକ୍ସନ ବିଦ୍ୟୁତ୍ ବିଭାଗ ପକ୍ଷରୁ ସରକାରୀ ନିର୍ଦ୍ଦେଶକୁ ଫୁ କରିଦିଆଯାଇଛି । ଡୁବୁରୀ ସେକ୍ସନ ବିଦ୍ୟୁତ୍ ଡିଭିଜନ୍ ଅଧ୍ଵନସ୍ଥ ସାତ ଟି ଫିଡର ରହିଛି ଓ କିଛି ଦିନ ହେବ ବିଭାଗ ପକ୍ଷରୁ ଘନ ଘନ ବିଦ୍ୟୁତ୍ କାଟ୍ କରାଯାଇଛି ତାହା ଅଭିଯୋଗ ହେଉଛି । ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁ ଲୋକମାନେ ବିନା ବିଦ୍ୟୁତ୍ ରେ ରହି ବା କଷ୍ଟ କର ହୋଇପଡିଥିବା ବେଳେ, ଘଂଟା ଘଂଟା କାଳ ବିଦ୍ୟୁତ୍ କାଟ୍ ଯୋଗୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିପିସିଓଡିଏଲ୍ କଂପାନୀ ହାତକୁ ବିଦ୍ୟୁତ ବିଭାଗ ଯିବା ପରେ ଉପଭୋକ୍ତାମାନେ ପ୍ରତ୍ୟେକ ମାସରେ ଉପଭୋକ୍ତାମାନେ ପ୍ରତ୍ୟେକ ମାସରେ ସଠିକ୍ ଭାବେ ବିଦ୍ୟୁତ୍ ବିଲ୍ ପଇଠ କରୁଥିଲା ବେଳେ କ’ଣ ପାଇଁ ବିଭାଗ ପକ୍ଷରୁ ଏଭଳି ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଟାଟା ପାଓ୍ବାର ବିଦ୍ୟୁତ୍ ଦାଇତ୍ଵ ନେବା ପରେ ସହର ଓ ଗ୍ରାମଞ୍ଚଳ ମଧ୍ୟରେ ବିଦ୍ୟୁତ୍ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଫିସର୍ ମାନଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଯାହା ଫଳରେ ବିଦ୍ୟୁତ୍ ଉପଭୋକ୍ତା ମାନେ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଗ୍ରୀଷ୍ମଋତୁରେ ବିଭାଗ ପକ୍ଷରୁ ଉପଭୋକ୍ତାମାନଙ୍କୁ ଠିକ୍ ପରିମାଣରେ ବିଦ୍ୟୁତ୍ ପ୍ରବାହ କରାନଯିବାରୁ ବହୁ ଲୋକେ ଲୋଭୋଲଟେଜ୍ ପାଇଁ
ପଙ୍ଖା ଏବଂ ଏସି ଚଲାଇବା ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଅନେକ ସମୟରେ ଏହାଛଡା ମନଇଚ୍ଛା ବିଦ୍ୟୁତ ବିଦ୍ୟୁତ କାଟ୍ କରାଯାଉଥିବା ବେଳେ ଟିକିଏ ବର୍ଷା ପବନ ଆସିବା ପୂର୍ବରୁ ବିଦ୍ୟୁତ୍ ଘଣ୍ଟା ଘଣ୍ଟା କଟା ଯାଉଥିଲା ବେଳେ, ବର୍ଷା ପବନ ଛାଡିବାର ଦୀର୍ଘ ସମୟ ପରେ ବିଦ୍ୟୁତ୍ ଚାର୍ଜ କରାଯାଉଥିବା ଦେଖାଯାଉଛି । ବିଦ୍ୟୁତ୍ ପ୍ରବାହରେ ବିଭିନ୍ନ ବିଶୃଙ୍ଖଳା ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ ଦିଆଯାଇଥିବା ମୋବାଇଲ ନମ୍ବରକୁ ଉ ପଭୋକ୍ତା ମାନେ ଫୋନ୍ କରୁଥିଲେ ମଧ୍ୟ ଦାୟିତ୍ଵରେ ଥିବା ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ତାକୁ ଭୂକ୍ଷେପ କରୁନାହାଁନ୍ତି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଏଥପ୍ରତି ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାପାଇଁ ଡୁବୁରୀ ସେକ୍ସନ ବିଦ୍ୟୁତ୍ ବିଭାଗର ସମସ୍ତ ଜନସାଧାରଣ ଓ ବୃଦ୍ଧିଜୀବ ମାନେ ଦାବି କରିଛନ୍ତି ।ଏପଟେ ଡୁବୁରୀ ସେକ୍ସନ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
