September 10, 2026

ସଡ଼କ ଦୁର୍ଘଟଣାରେ ୫୯ ବର୍ଷୀୟଙ୍କ ମୃତ୍ୟୁ

WhatsApp Image 2026-09-10 at 3.08.25 PM

ଦାନଗଦି: ଆଜି ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅନଙ୍ଗ ଦାସ (୫୯)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ମୃତଦେହକୁ ଦାନଗଦି ସ୍ଥିତ CHCରେ ରଖାଯାଇଛି। ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ (PM) କରାଯିବ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଥାନାରେ Accident Case No. 274/26 ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 291, 125(a), 125(b) ଓ 106(1) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ମୃତକଙ୍କ ବୋହୂ ପ୍ରତିମା ଦାସଙ୍କ ଅଭିଯୋଗ/ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଘଟଣା ସହ ଜଡ଼ିତ ସମସ୍ତ ଦିଗ ନେଇ ପୁଲିସ ତଦନ୍ତ ଜାରି ରହିଛି।

କଳିଙ୍ଗନଗର ରୁ ମୃତ୍ୟୁଞ୍ଜୟ ଦେଓ ଙ୍କ ରିପୋର୍ଟ ଖବର ଦର୍ପଣ

About The Author