September 10, 2026

ବରୀଠାରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

WhatsApp Image 2026-09-10 at 3.10.03 PM

ଯାଜପୁର, ତା ୦୯.୦୯.୨୦୨୬ ରିଖ: ଯାଜପୁର ଜିଲ୍ଲା ବରୀ ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସହାୟତାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଗତିଶୀଳତା ବୃଦ୍ଧି କରିବା ଏବଂ ସମାଜର ମୁଖ୍ୟସ୍ରୋତରେ ସମାନ ଭାବେ ସାମିଲ କରିବା ଦିଗରେ ଏପରି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମତବ୍ୟକ୍ତ ରଖିଥିଲେ ।

ଏହି ଶିବିରରେ ମୋଟ ୨୫୧ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ମୂଲ୍ୟାଙ୍କନ ଓ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୩୫ ଜଣ ଶାରୀରିକ ଭିନ୍ନକ୍ଷମ (OH), ୩୨ ଜଣ ଦୃଷ୍ଟିହୀନ (VI), ୪୪ ଜଣ ଶ୍ରବଣବାଧିତ (HI), ୨୯ ଜଣ ମାନସିକ ଅଗ୍ରସର/ସିପି (MR/CP) ଏବଂ ୧୧ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଶିବିରରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତୁରନ୍ତ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ୩ଟି ଟ୍ରାଇ-ସାଇକେଲ୍ (Tricycle), ୧୨ଟି ହୁଇଲ୍ ଚେୟାର୍ (Wheelchair) , ୨ଟି Prosthesis , ୧ଟି Orthosis ,୧ଟି ମୋଟରାଇଜ୍ଡ ଟ୍ରାଇସାଇକେଲ୍ ଏବଂ ୧ଟି ୱାକର୍ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ/ବଣ୍ଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବରୀ ଶ୍ରୀମତୀ ମିନତୀ ଜଗଦେବ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

About The Author