September 10, 2026

ବାସୁଦେବପୁର ସହରର ଅଟଳ ବିହାରୀ ମହାବିଦ୍ୟାଳୟ ମାର୍ଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ

WhatsApp Image 2026-09-10 at 3.05.27 PM

ବାସୁଦେବପୁର : ବାସୁଦେବପୁର ସହରର ଅଟଳ ବିହାରୀ ମହାବିଦ୍ୟାଳୟ ମାର୍ଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସେକ ରାଜୁ, ସେକ ବାବୁଲା ଓ ସେକ ସରଜୁଙ୍କ ଦୋକାନରେ ଜଳିଯାଇଛି। ବିଦ୍ୟୁତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେକ ରାଜୁ ଙ୍କ ଷ୍ଟିଲ ପାର୍ଟିସ ଦେକାନ, ସେକ ବାବୁଲା ବିଦ୍ୟୁତ ସାମଗ୍ରୀ ଓ ସେକ ସର୍ଜୁର ଷ୍ଟିଲ ଓ ସିଲଭର ପାର୍ଟିସ ଦୋକାନ ଜଳିପୋଡି ପାଉଁଶ ହୋଇଛି। ରାତିରେ ସମସ୍ତେ ଦୋକାନ ବନ୍ଦ କରି ଦୋକାନ ପଛ ପାଖରେ ଥିବା ଘରକୁ ଚାଲିଯାଇଥିଲେ। ହଠାତ୍ ସେକ ବାବୁଲା ଦୋକାନ ଭିତରୁ ଜୋର ଶବ୍ଦ ହେବା ସହିତ ଧୂଆଁ ହୋଇଯାଇଥିଲା। ତୁରନ୍ତ ବିପନ୍ନଙ୍କ ସହ ସ୍ଥାନୀୟ ଲୋକ, ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଂଚି ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା। ହେଲେ ଏହି ନିଆଁରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି। ଏହି ସାମଗ୍ରୀର ହାରାହାରି ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

About The Author