ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି

WhatsApp Image 2026-05-02 at 6.06.01 PM

ଭୁବନେଶ୍ବର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି , ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି। ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଏହାଦ୍ବାରା ସମାଧାନର ବାଟ ଫିଟିବା ନେଇ ଆଶା ବଢ଼ିଛି। ଉଭୟ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି।

ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ। ଅଣମୌସୁମୀ ଋତୁରେ ମହାନଦୀ ଏକପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରୁଛି। ଏସବୁ ଭିତରେ ଟ୍ରିବ୍ୟୁନାଲ ରାୟ ଉପରେ ମହାନଦୀର ଭାଗ୍ୟ ନିର୍ଭର କରୁଛି। ହେଲେ ବାରମ୍ବାର ଟ୍ରିବ୍ୟୁନାଲରେ ଶୁଣାଣି ହେଉଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରିନାହିଁ। ସବୁଠୁ ବଡ଼ କଥା ହେଲା ଆପୋଷ ଆଲୋଚନା ଜରିଆରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶାବାନ୍ଧି ବସିଛି ଓଡ଼ିଶା। ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ହେଲେ ଉଚ୍ଚସ୍ତରୀୟ କମିଟି ଏଯାଏଁ ଗ୍ରାଉଣ୍ଡକୁ ଯାଇନାହିଁ।

About The Author