ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

plane crash

ୱାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଏକ ଟୁର୍ଣ୍ଣାମେଣ୍ଟକୁ ଯାଉଥିବା ପିକଲ୍ ବଲ୍ ଖେଳାଳି ଥିଲେ। ଅଧିକାରୀମାନେ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଟେକ୍ସାସର ଜନ ସୁରକ୍ଷା ବିଭାଗ ଅନୁଯାୟୀ ଅଷ୍ଟିନ୍ ଠାରୁ ପ୍ରାୟ ୪୦ ମାଇଲ୍ (୬୫ କିଲୋମିଟର) ଦକ୍ଷିଣ-ପଶ୍ଚିମରେ ଥିବା ୱିମ୍ବରଲି ସହରରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

About The Author