ଶିକ୍ଷକମାନଙ୍କର ହାତରେ ମାଟ୍ରିକ ରେଜଲ୍ଟ
କଟକ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦଶମ ଶ୍ରେଣୀ ପରୀକ୍ଷା-୨୦୨୬ ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କର ହାତରେ ମାଟ୍ରିକ ରେଜଲ୍ଟ ପହଞ୍ଚିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ମାଟ୍ରିକ୍ ରେଜଲ୍ଟକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତିରେ ଜାରି କରାଯାଇଛି।
ରେଜଲ୍ଟ ପ୍ରକାଶନ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଚଳିତ ବର୍ଷ ମାଟ୍ରିକ ବାର୍ଷିକ ପରୀକ୍ଷାରେ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ଅର୍ଥାତ ମୋଟ୍ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି।
