ଆଇସିସି ପକ୍ଷରୁ ଶୁକ୍ରବାର ବାର୍ଷିକ ଦଳଗତ ଟେଷ୍ଟମ୍ୟାଚ୍‌ ମାନ୍ୟତା ପ୍ରକାଶ

WhatsApp Image 2026-05-03 at 3.11.43 PM

ଦୁବାଇ: ଆଇସିସି ପକ୍ଷରୁ ଶୁକ୍ରବାର ବାର୍ଷିକ ଦଳଗତ ଟେଷ୍ଟମ୍ୟାଚ୍‌ ମାନ୍ୟତା ପ୍ରକାଶ କରିଛି। ୨୦୨୬ରେ ଅଦ୍ୟାବଧି କୌଣସି ଟେଷ୍ଟମ୍ୟାଚ୍‌ ଖେଳିନଥିବା ଶୁଭମନ ଗିଲ୍‌ଙ୍କ ଦଳ ଅପ୍ରତ୍ୟାଶିତ ଭାବେ ଗୋଟିଏ ସ୍ଥାନର ଉନ୍ନତି ଘଟାଇଛି। ଇଂଲଣ୍ଡକୁ ୪ର୍ଥ ସ୍ଥାନକୁ ଖସାଇ ଭାରତ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି।

ଭାରତର ୧୦୪ ପଏଣ୍ଟ ଥିବା ବେଳେ ଇଂଲଣ୍ଡ ୧୦୨ ପଏଣ୍ଟରେ ରହିଛି। ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଟେଷ୍ଟ ଶୃଙ୍ଖଳା ଖେଳି ୨ଟିଯାକ ମ୍ୟାଚ୍‌ ହାରିଥିଲା। ୨୦୨୫ ମେ’ ୧ ପରଠାରୁ ଅଦ୍ୟାବଧି ଟେଷ୍ଟମ୍ୟାଚ୍‌କୁ ୧୦୦% ଗୁରୁତ୍ବ ଦିଆ ଯାଇଥିବା ବେଳେ ଏହାର ପୂର୍ବ ଦୁଇ ବର୍ଷର ପ୍ରଦର୍ଶନକୁ ୫୦% ଗୁରୁତ୍ବ ଦିଆଯାଉଛି। ୧୩୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷରେ ଥିବା ବେଳେ ୧୧୯ ପଏଣ୍ଟ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍ ଦକ୍ଷିଣ ଆଫ୍ରିକା ୨ୟ ସ୍ଥାନରେ ରହିଛି। ଜୁନ୍‌ ୬ରୁ ନ୍ୟୁ ଚଣ୍ଡିଗଡ଼ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ଏକମାତ୍ର ଟେଷ୍ଟମ୍ୟାଚ୍‌ ଖେଳିବ। ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ପଛକୁ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ରହିଛନ୍ତି

About The Author