September 10, 2026

ରୁଷ ବିପକ୍ଷରେ ଫୁଟ୍‌ବଲ ମ୍ୟାଚ୍‌ ଖେଳିପାରେ ଭାରତୀୟ ମହିଳା ଦଳ

WhatsApp Image 2026-09-07 at 5.31.37 PM

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଦଳ ପରେ ମହିଳା ଦଳ ଏକ ଶକ୍ତିଶାଳୀ ଦେଶ ବିପକ୍ଷରେ ଫୁଟ୍‌ବଲ ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି। ଚଳିତ ବର୍ଷ ରୁଷ ବିପକ୍ଷରେ ଭାରତୀୟ ମହିଳା ଦଳ ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିପାରେ। କଲକାତାରେ ଏହି ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ଅଛି। ବିଶ୍ବରେ ୬୯ତମ ସ୍ଥାନରେ ଥିବା ଭାରତୀୟ ମହିଳା ଦଳ ଏସୀୟ କପ୍‌ର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ବେଳେ ଫିଫା ସିରିଜ୍‌ରେ ମାଲୱିକୁ ହରାଇ ୩ୟ ସ୍ଥାନରେ ରହିଥିଲା। ପରେ ଭାରତ ଜୁନ୍ରେ ସାଫ୍ ଚମ୍ପିଆନ୍‌ସିପ୍ ଜିତିଥିଲା। ସାଫ୍ ଟାଇଟଲ ଜିତିବା ପରେ ଭାରତୀୟ ପ୍ରଶିକ୍ଷକ ଅଧିକ ୠାଙ୍କିଙ୍ଗ୍‌ ପଏଣ୍ଟ ପାଇଁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳଙ୍କ ବିପକ୍ଷରେ ଖେଳିବାକୁ ଚାହୁଁଥିଲେ। ତେଣୁ ବିଶ୍ବରେ ୨୭ନଂ ସ୍ଥାନରେ ଥିବା ରୁଷ ଦଳ ବିପକ୍ଷରେ ଭାରତ ଖେଳିବା ନେଇ ଯୋଜନା ରହିଛି। ଏହି ମ୍ୟାଚ୍‌ ପାଇଁ ୟୁଏଫା ଓ ଫିଫାର ଅନୁମୋଦନ ବାକି ଅଛି।

About The Author