September 11, 2026

ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ

WhatsApp Image 2026-05-26 at 4.00.27 PM

ଭୁବନେଶ୍ୱର: ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଚଳିତମାସ ୨ ତାରିଖରେ ୯ ସ୍ଥାନର ନାମ ପରିବର୍ତ୍ତନକୁ ସୁପାରିସ କରିବା ସହିତ ୨୭ ଜିଲାରେ ୫୦ରୁ ଅଧିକ ନାମ ବଦଳାଇବାକୁ ସୁପାରିସ କରିଛନ୍ତି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ମେ’ ୩ରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.କେ. ଜମିରୁଦ୍ଦିନ ପ୍ରଦାନ କରିଥିବା ପତ୍ରରେ ଦର୍ଶାଯାଇଛନ୍ତି ଯେ, ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ନାମ ପରିବର୍ତ୍ତନ ଓ ବଦଳାଇବାକୁ ସୁପାରିସ କରାଯାଇଛି। ତଦନୁଯାୟୀ, କଳାହାଣ୍ଡି ଜିଲାର ଜୁନାଗଡ଼କୁ ‘JUNAGADA’, କନ୍ଧମାଳ ଜିଲାକୁ ‘KANDHAMALA’ ଓ ସୁନ୍ଦରଗଡ଼ ଜିଲାର ବଣାଇଗଡ଼କୁ ‘BANAIGADA’ କରିବାକୁ ସୁପାରିସ ହୋଇଛି। ସେହିପରି ପୁରୀର ନିମାପଡ଼ାକୁ ‘NIMAPADA’, ନବରଙ୍ଗପୁରର ଉମରକୋଟକୁ ‘UMARKOT’, ବୌଦ୍ଧର ବୌଦ୍ଧଗଡ଼କୁ ‘BOUDHGADA’, ସୁନ୍ଦରଗଡ଼ର ରାଉରକେଲାକୁ ‘RAURKELA’, ଅନୁଗୋଳର ତାଳଚେରକୁ ‘TALACHER’ ଓ ବାଲେଶ୍ୱରର ସୋରକୁ ‘SORA’ ଭାବେ ସଂଶୋଧନ ପାଇଁ ସୁପାରିସ କରାଯାଇଛି। ଏହାସହିତ କଟକ ଜିଲାକୁ ‘KATAKA’, ସାଲେପୁରକୁ ‘SALEPUR’, ବଡ଼ମ୍ବାକୁ ‘BADAMBA’ ଏବଂ ଆଠଗଡ଼କୁ ‘ATHAGADA’ କରିବାକୁ କମିଟି ମତ ଦେଇଛି। ଖୋର୍ଦ୍ଧା ଜିଲାର ଖୋରଧାକୁ ‘KHORDHA’, ବୋଲଗଡ଼କୁ ‘BOLAGADA’, ବାଣପୁରକୁ ‘BANAPUR’ ଓ ଜଟଣୀକୁ ‘JATANI’ କରିବା ପାଇଁ ସୁପାରିସ ହୋଇଛି।
ଗଞ୍ଜାମ ଜିଲାର ବ୍ରହ୍ମପୁରକୁ ‘BRAHMAPUR’, ହିଞ୍ଜିଳିକାଟୁକୁ ‘HINJILIKATU’, ଆସିକାକୁ ‘ASIKA’ ଏବଂ ସୋରଡ଼ାକୁ ‘SORADA’ ଭାବେ ପରିବର୍ତ୍ତନ କରାଯିବ। ଯାଜପୁର ଜିଲାର ଦଶରଥପୁରକୁ ‘DASHARATHPUR’ ଓ ଧର୍ମଶାଳାକୁ ‘DHARMASHALA’ ଏବଂ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ାକୁ ‘KENDRAPADA’, ଆଳିକୁ ‘AALI’ ଓ ମହାକାଳପଡ଼ାକୁ ‘MAHAKALAPADA’ କରିବା ପ୍ରସ୍ତାବ ରହିଛି।
ଅନୁଗୋଳ ଜିଲାର ଅନୁଗୋଳକୁ ‘ANUGOLA’ ଓ ପାଳଲହଡାକୁ ‘PALALAHADA’ କରାଯିବ। ବଲାଙ୍ଗୀର ଜିଲାର ବଲାଙ୍ଗୀରକୁ ‘BALANGIR’ ଓ ବଙ୍ଗୋମୁଣ୍ଡାକୁ ‘BANGOMUNDA’ ଲେଖାଯିବ। ବାଲେଶ୍ୱର ଜଲାର ବାଲେଶ୍ୱରକୁ ‘BALESHWAR’ ଓ ନୀଳଗିରିକୁ ‘NILAGIRI’ କରାଯିବ। ସେହିପରି ଦେବଗଡ଼ ଜିଲାର ଦେବଗଡ଼କୁ ‘DEBAGADA’ ଓ ରିଆମାଳକୁ ‘RIAMAL’ କରାଯିବ। କଳାହାଣ୍ଡି ଜିଲାର ଧରମଗଡ଼କୁ ‘DHARMAGADA’, ଜୟପାଟଣାକୁ ‘JAYAPATANA’, ଲାଞ୍ଜିଗଡ଼କୁ ‘LANJIGADA’ ଏବଂ ଭବାନୀପାଟଣାକୁ ‘BHABANIPATANA’ ଲେଖାଯିବ। କେନ୍ଦୁଝର ଜିଲାର କେନ୍ଦୁଝରକୁ ‘KENDUJHAR’, ବଡ଼ବିଲକୁ ‘BADABIL’ ଏବଂ କେନ୍ଦୁଝରଗଡ଼କୁ ‘KENDUJHARGADA’ ନାମ ଦିଆଯିବ।

About The Author