September 12, 2026

ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା

WhatsApp Image 2026-09-11 at 3.13.39 PM

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ ସୁସ୍ଥ ଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଉଦ୍ଧାର ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ ନନ୍ଦନକାନନରେ ସେମାନେ ସୁସ୍ଥ ଅଛନ୍ତି। ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ। ଅନ୍ୟପକ୍ଷେ ବାଲେଶ୍ୱର ବନ ବିଭାଗ ଏବଂ STF ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଉଦ୍ଧାର ଓରାଙ୍ଗଉଟାନ ମୂଳଦେଶକୁ ଯିବେ ନା’ ନନ୍ଦନକାନନରେ ରହିବେ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି PCCF କହିଛନ୍ତି।

About The Author