September 12, 2026

ରାଜଧାନୀ ଦିଲ୍ଲୀର ଏକ ଅଭିଜାତ ହୋଟେଲରୁ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ କୋକପିଟ୍ କ୍ରୁ (ପାଇଲଟ୍)ଙ୍କ ମୃତଦେହ

WhatsApp Image 2026-09-12 at 7.37.45 PM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଅଭିଜାତ ହୋଟେଲରୁ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ କୋକପିଟ୍ କ୍ରୁ (ପାଇଲଟ୍)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପାଇଲଟଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ମୁମ୍ବାଇର ବାସିନ୍ଦା ଥିଲେ। ଉଡ଼ାଣ ମଧ୍ୟବର୍ତ୍ତୀକାଳୀନ ରହଣି (”ଲେ-ଓଭର”) ପାଇଁ ସେ ଦିଲ୍ଲୀ ଆସି ହୋଟେଲରେ ରହିଥିଲେ।

ମିଳିଥିବା ସୂଚନାନୁସାରେ, ଦିଲ୍ଲୀ ବସନ୍ତ କୁଞ୍ଜସ୍ଥିତ ”ଦି ଗ୍ରାଣ୍ଡ୍” ହୋଟେଲରେ ରହୁଥିବା ସମୟରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ନିଜ କୋଠରୀରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପୃକ୍ତ ପାଇଲଟ୍ ଜଣକ ପୂର୍ବରୁ ”ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍”ରେ କାର୍ଯ୍ୟ କରୁଥିଲେ ଏବଂ ମାତ୍ର କିଛି ମାସ ପୂର୍ବେ ”ଏୟାର୍ ଇଣ୍ଡିଆ”କୁ ସ୍ଥାନାନ୍ତର ହୋଇଥିଲେ। ଆଜି ଭୋରରୁ ତାଙ୍କର ଏକ ବିମାନ ଉଡ଼ାଣ ପରିଚାଳନା କରିବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ଥିଲା।

ଏହି ଆକସ୍ମିକ ବିୟୋଗରେ ଏୟାର୍ ଇଣ୍ଡିଆ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିଛନ୍ତି। କମ୍ପାନି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଶୋକସନ୍ତପ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମବେଦନା ରହିଛି ଏବଂ ଏହି କଠିନ ସମୟରେ ପରିବାରବର୍ଗଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।

About The Author