September 11, 2026

ନିର୍ମାଣ ହୋଇ ଦୁଇବର୍ଷ ବିତିଲା, କାମରେ ଲାଗୁନି

WhatsApp Image 2026-06-18 at 1.39.00 PM

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଅତ୍ୟାଧୁନିକ ‘ଟ୍ରମାକେୟାର ସେଣ୍ଟର’ ନିର୍ମାଣ ପ୍ରାୟ ଦୁଇବର୍ଷ ହେଲା ଶେଷ ହେଲାଣି। ଜାତୀୟ ରାଜପଥ ପାର୍ଶ୍ବରେ ପାଞ୍ଚମହଲା ବିଶିଷ୍ଟ ଏହି ବିଶାଳ କୋଠା ଛିଡ଼ାହୋଇଛି। ପୂର୍ତ୍ତ ବିଭାଗ ଏହାର ସମସ୍ତ କାମ ଶେଷ କରିଥିବାବେଳେ ଭିତରେ ବହୁ ମୂଲ୍ୟବାନ ଚିକିତ୍ସା ଉପକରଣ ଓ ଯନ୍ତ୍ରାଂଶ ମଧ୍ୟ କିଣା ହୋଇ ଖଞ୍ଜା ହୋଇସାରିଲାଣି। ହେଲେ ଏହା କେବେ କାର୍ଯ୍ୟକ୍ଷମ ହେବ ସେ ଖବର କାହା ପାଖରେ ନାହିଁ। ଟ୍ରମାକେୟାର ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାକୁ ବାରମ୍ବାର ସମୀକ୍ଷା କରାଯାଉଥିଲେ ବି ତାହା ଆରମ୍ଭ ହୋଇପାରୁନାହିଁ।

About The Author