ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

bisra

ରାଉରକେଲା: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ ଦୁର୍ବୃତ୍ତ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ।

ଫଳରେ ଯୁବତୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଘଟଣାର ସ୍ପଷ୍ଟ କାରଣ ଜଣାପଡି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

About The Author