ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬

WhatsApp Image 2026-06-27 at 3.09.35 PM

ଭୁବନେଶ୍ୱର: ସ୍ବଚ୍ଛତାରେ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ାଇବାକୁ ଦେଶର ବଛା ବଛା ସହରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬। କେଉଁ ସହର କେତେ ସ୍ବଚ୍ଛ ଓ ପରିମଳ ପରିଚାଳନାରେ କେତେ ଦକ୍ଷ, ତାର ମୂଲ୍ୟାଙ୍କନ ଚାଲିଛି। କେନ୍ଦ୍ରୀୟ ଦଳ ପକ୍ଷରୁ ମାସେ ତଳୁ ଏହାର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ଏଥିରେ ୧ ନମ୍ବର କରିବାକୁ ବିଏମ୍‌ସି କସରତ ଆରମ୍ଭ କରିଛି। ସ୍ବଚ୍ଛ କର୍ମୀଙ୍କଠାରୁ ଆରମ୍ଭ କରି ସ୍ବଚ୍ଛତା ଦାୟିତ୍ବ ମୁଣ୍ଡାଇଥିବା ଏଜେନ୍ସି, ସଂପୃକ୍ତ ଅଧିକାରୀଙ୍କୁ ନେଇ ଘନ ଘନ ବୈଠକ ସହ ତୃଣମୂଳସ୍ତରରୁ ଦୋଷତ୍ରୁଟି ସଜାଡ଼ିବାକୁ ପ୍ରୟାସ ଜାରି ରଖିଛି। ହେଲେ ନାଳ ସଫେଇଠାରୁ ଆରମ୍ଭ କରି ପରିମଳ ସମସ୍ୟା ଏତେ ଯେ ଏକ ନମ୍ବର ଆସନ ହାସଲ ପାଇଁ ବିଏମ୍‌ସିକୁ ଢେର ପରିଶ୍ରମ କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି।

About The Author