September 10, 2026

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

rape

ଜମନକିରା : ସମ୍ବଲପୁର–ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥର ବଡ଼ରମା ଘାଟି ପାହାଡ଼ ତଳୁ ଶନିବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରାଥମିକ ପରିସ୍ଥିତିକୁ ନେଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ପାହାଡ଼ ଉପରୁ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଉଛି। ତେବେ ଏହି ଦାବିର ସରକାରୀ ପୁଷ୍ଟି ହୋଇନଥିବାବେଳେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।

ଖବର ପାଇ କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସଙ୍କ ନେତୃତ୍ୱରେ ଆଇଆଇସି ହାଡୁ ବେହେରା, ଜମନକିରା ଥାନା ଆଇଆଇସି ରଞ୍ଜନ ନାଗ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ କରିଥିଲେ। ପରେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଓ ଆବଶ୍ୟକ ଫରେନ୍ସିକ୍ ପରୀକ୍ଷା ପାଇଁ ବୁର୍ଲା ଭୀମସାରକୁ ପଠାଯିବ ବୋଲି ଜଣାପଡ଼ିଛି।

About The Author