September 10, 2026

ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା

WhatsApp Image 2026-08-11 at 11.35.15 AM

ବୀରମିତ୍ରପୁର: ଜାତୀୟ ରାଜପଥ ୧୪୩ ମରାମତି ଦାବିରେ ବୀରମିତ୍ରପୁର ମିଳିତ ରାଜନୈତିକ ଦଳ ଓ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ସକାଳ ଛ ଟାରୁ ସନ୍ଧ୍ୟା ଛଟା ପର୍ଯ୍ୟନ୍ତ ଏହି ବନ୍ଦ କାର୍ଯ୍ୟକ୍ରମ ରହିଛି। ଆଜି ସକାଳୁ ବୀରମିତ୍ରପୁର ତଳସେରା ଛକ, ନୂଆ ବାସଷ୍ଟାଣ୍ଡ, ଚାଇନା ଟାଉନ ଓ ଝାରଖଣ୍ଡ ସୀମାନ୍ତ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନକରୁଥିବା ଦେଖାଯାଇଛି।

ଦୋକାନ ବଜାର ଵନ୍ଦ
ବୀରମିତ୍ରପୁର ସହରର ସମସ୍ତ ଦୋକାନ ବଜାର ଵନ୍ଦ ରହିଥିବା ବେଳେ ରାସ୍ତା ଅବରୋଧ ଯୋଗୁ ରାଉରକେଲା ପଟରୁ ଆସୁଥିବା ବଡ଼ବଡ଼ ମାଲ ବୋଝେଇ ଯାନ ସହିତ ପଡୋଶୀ ଝାରଖଣ୍ଡ ଯାଉଥିବା ଯାତ୍ରୀବାହୀ ବସଗୁଡିକ ଠିଆ ହୋଇ ରହିଛନ୍ତି। ସେହିପରି ଝାରଖଣ୍ଡରୁ ରାଉରକେଲା ଯାଉଥିବା ସହସହ ଗାଡ଼ିଗୁଡିକ ସୀମାନ୍ତ ବାସଯୋର ଠାରେ ଅଟକି ରହିଛି! ବୀରମିତ୍ରପୁର ବନ୍ଦ ଯୋଗୁ ରାଉରକେଲା ତଥା ଆଖପାଖ ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚଳ କରୁନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀ ହେଉଥିବା ଦେଖାଦେଇଛି।

ପ୍ରକାଶ ଥାଉକି ବୀରମିତ୍ରପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୧୪୩ ତଳସେରା ଛକ ଠାରୁ ଝାରଖଣ୍ଡ ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ରାସ୍ତାଟି ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ମରଣଯନ୍ତାରେ ପରିଣତ ହୋଇଯାଇଛି ! ବଡ଼ ବଡ଼ ଖାଲ ଯୋଗୁ ପ୍ରତ୍ୟେହ ସ୍କୁଲ, କଲେଜ ଛାତ୍ରୀଛାତ୍ର, ବାଇକ୍‌ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷାହେଲେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡୁଛି। ଖାଲରେ ପାଣି ଭର୍ତ୍ତି ହୋଇଯିବା ଦ୍ୱାରା ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି ପାଇଁ ଏନଏଚଆଇ କୋର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିବା ବେଳେ ଏହାର ପ୍ରତିବାଦରେ ବୀରମିତ୍ରପୁର ଅଞ୍ଚଳବାସୀ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବୀରମିତ୍ରପୁର ଵନ୍ଦ ଡାକରା ଦେଇଛନ୍ତି। ବରିଷ୍ଠ ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ, ବିଧାୟକ ପ୍ରତିନିଧି ତଥା ପୂର୍ବତନ ପୌର ଅଧକ୍ଷ ଶଶି ସାଗର, ବିଜେଡି ସଭାପତି କୁନା ଦେଓ, ବିଜେପି ଜିଲ୍ଲା ଉପସଭାପତି ସୁନୀଲ ତିୱାରୀ, କଂଗ୍ରେସ ଯୁବନେତା ବିକ୍ରମ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଵନ୍ଦ ପାଳନ କରାଯାଉଛି! ଆଇନଶୃଙ୍ଖଳା ରକ୍ଷାପାଇଁ ବୀରମିତ୍ରପୁର ଥାନା ଅଧିକାରୀ ରାମପ୍ରସାଦ ନାଗ, ଏସଆଇ ପ୍ରଦୀପ କୁମାର ସାହୁ, ନିରୁପମା ମହାପାତ୍ର, ସାଜନ କୁମାର, ଶ୍ରୀକାନ୍ତ ପଣ୍ଡା, ବୀଭତ୍ସ ପ୍ରଧାନ ପ୍ରମୁଖ ପୁଲିସ ଦଳ ସହ ଉପସ୍ଥିତ ରହିଛନ୍ତି।

About The Author