September 10, 2026

ବାଲେଶ୍ୱରଜିଲ୍ଲା ସୋରରେ ରେଳ ଗେଟ୍ ଖୋଲା ଅବସ୍ଥାରେ ବିପଦଜନକ ଭାବେ ଟ୍ରେନ୍ ଅତିକ୍ରମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି

WhatsApp Image 2026-08-13 at 11.48.33 AM

ସୋର: ବାଲେଶ୍ୱରଜିଲ୍ଲା ସୋରରେ ରେଳ ଗେଟ୍ ଖୋଲା ଅବସ୍ଥାରେ ବିପଦଜନକ ଭାବେ ଟ୍ରେନ୍ ଅତିକ୍ରମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୋର-ସବିରା ମଧ୍ୟ ସ୍ଥଳରେ ଥିବା ଅଲ୍ଲୀପୁର ରେଳ କ୍ରସିଂ ଗେଟ୍‌ଟି ଖୋଲା ଥିବା ବେଳେ ଏହି ସମୟରେ ଗୋଟିଏ ଏକ୍ସପ୍ରେସ ଟ୍ରେନ ଓ ଗୋଟିଏ ମାଲବାହି ଟ୍ରେନ ଅତିକ୍ରମ କରୁଥିବା ବେଳେ ବାଇକ୍ ଏବଂ ପଦଯାତ୍ରୀମାନେ ଟ୍ରେନ୍ ଶବ୍ଦ ଶୁଣି ଅଟକି ଥିଲେ।

ଫଳରେ ଫାଟକ ଜଗିଥିବା ରେଳ କର୍ମଚାରୀଙ୍କ ଅବହେଳା ପାଇଁ ଲୋକଙ୍କ ଜୀବନ ବାଜିରେ ଲାଗିଥିବାରୁ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ୧୨.୨୩ ମିନିଟ ବେଳେ ଦୂରନ୍ତ ଏକ୍ସପ୍ରେସ ଡାଉନ ଏବଂ ଅପ୍ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ ଅତିକ୍ରମ କରୁଥିବା ବେଳେ ଲେବୁଲ କ୍ରସିଂ ଗେଟ୍ ସଂପୂର୍ଣ୍ଣ ଖୋଲାରହିଥିଲା। ରେଳ କର୍ମଚାରୀମାନେ ବେଫିକର ଭାବେ ବସିଥିବାବେଳେ ହଠାତ୍ ଟ୍ରେନ ଶବ୍ଦ ଶୁଣି ଲେବୁଲ କ୍ରସିଂ ଅତିକ୍ରମ କରୁଥିବା ଯାତ୍ରୀମାନେ ଅଟକି ଯାଇଥିବା ଦେଖାଯାଇଥିଲା।

About The Author