September 10, 2026

ଯାଜପୁରରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ:ରିଲିଫ୍‌ ଓ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନିର୍ଦ୍ଦେଶ

WhatsApp Image 2026-08-17 at 10.06.15 PM

ଯାଜପୁର, ତା ୧୭.୦୮.୨୦୨୬ ରିଖ: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦଶରଥପୁର ବ୍ଲକ୍‌ର କସପା ଓ ତରପଦା ପଞ୍ଚାୟତ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଛଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଓ ଡୋଭାବିଲ୍ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତ୍ୱରିତ ଓ ପର୍ଯ୍ୟାପ୍ତ ରିଲିଫ୍ ସହାୟତା, ନିରାପଦ ପାନୀୟ ଜଳ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବା ସହ ବନ୍ୟା ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ଅବସରରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ଲୋକସଭା ସାଂସଦ (ଯାଜପୁର) ଡଃ ରବିନ୍ଦ୍ର ନାରାୟଣ ବେହେରା, ଏବଂ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହିତ ମାନ୍ୟବର ବିଧାୟିକା, ବିଞ୍ଝାରପୁର ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ, ବଡ଼ଚଣା ଶ୍ରୀ ଅମର କୁମାର ନାୟକ, , ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଆକାଶ ଦାସନାୟକ, ମାନ୍ୟବର ବିଧାୟକ, ଧର୍ମଶାଳା, ଶ୍ରୀ ହିମାଂଶୁ ଶେଖର ସାହୁ, ଏବଂ ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ ପ୍ରମୁଖ ସାମିଲ ଥିଲେ।

ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ,ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅବକାରୀ କମିଶନର, ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ (IAS), ଜିଲ୍ଲାପାଳ , ଯାଜପୁର, ଶ୍ରୀ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ,ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଏବଂ ବିଭିନ୍ନ ବିଭାଗର ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ,ବିଡ଼ିଓ, ତହସିଲଦାର ସମାଜସେବୀ, ବୁଦ୍ଧିଜୀବୀ, ସ୍ଥାନୀୟ ଲୋକପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଏହି ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

About The Author