September 10, 2026

ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ

WhatsApp Image 2026-08-28 at 9.39.09 PM (1)

ଯାଜପୁର, ତା ୨୮.୦୮.୨୦୨୬ ରିଖ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ତିନି ଦିନିଆ ତଥା ବିବିଧ କ୍ରୀଡ଼ା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ହକି ପ୍ରଶିକ୍ଷଣ କେନ୍ଦ୍ର, ଯାଜପୁର ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କ୍ରୀଡ଼ାବିତ୍‌ମାନେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଏକ ଆକର୍ଷଣୀୟ ବାଳକ ଓ ବାଳିକା ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ, ହକି ପ୍ରଶିକ୍ଷକ, କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଏହି କ୍ରୀଡ଼ା ସଚେତନତା କାର୍ଯ୍ୟକ୍ରମ ଆଗାମୀ ୩ ଦିନ ଧରି ନିରନ୍ତର ଚାଲୁରହିବ।
ସୂଚନାଯୋଗ୍ୟ ଯେ, ଆଗାମୀ ୨୯ ତାରିଖରେ ‘ଫିଟ୍ ଇଣ୍ଡିଆ’ ଶପଥ ଗ୍ରହଣ ସହ ପ୍ରଦର୍ଶନୀ ଫୁଟବଲ୍, କ୍ରିକେଟ୍ ଓ ବ୍ୟାଡମିଣ୍ଟନ୍ ମ୍ୟାଚ୍ ଆୟୋଜନ କରାଯିବ ଏବଂ ଆଗାମୀ ୩୦ ତାରିଖରେ ସାଧାରଣ ସଚେତନତା ପାଇଁ ଏକ ବିଶାଳ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯିବା ସମ୍ବନ୍ଧରେ ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି।

About The Author