September 10, 2026

ରୁଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

WhatsApp Image 2026-09-05 at 8.34.15 PM

ମସ୍କୋ: ହଠାତ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶନିବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଭ୍‌ ଉପରେ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆମେରିକାର ବିଶେଷ ପ୍ରତିନିଧି ଷ୍ଟିଭ୍‌ ୱିଟକଫ୍‌ ଓ ଜାରେଡ୍‌ କୁଶନେର୍‌ ରୁଷ ଗସ୍ତରେ ଥିବା ବେଳେ ପୁଟିନଙ୍କ ଏହି ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା ବଢ଼ିଛି।

କ୍ରେମଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍କଭ୍‌ କହିଛନ୍ତି ଯେ, ପୁଟିନ୍‌ ଶନିବାର ଆମେରିକାର ଦୁଇ ପ୍ରତିନିଧିଙ୍କ ସହ ବୈଠକ କରିବେ। ଏହି ଆଲୋଚନା ପୂର୍ବରୁ କିଭ୍‌ ଉପରେ ୩ ଦିନ ପାଇଁ ଆକ୍ରମଣ ବନ୍ଦ ରଖିବାକୁ ରୁଷ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।ବର୍ତ୍ତମାନ ରୁଷ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆମେରିକା କୂଟନୈତିକ ଉଦ୍ୟମ ଚଳାଇଥିବା ବେଳେ ୱିଟକଫ୍‌ ଓ କୁଶନେର୍‌ ଶନିବାର ମସ୍କୋରେ ପହଞ୍ଚିଛନ୍ତି। ସେମାନେ ପୁଟିନଙ୍କ ସହ ଯୁଦ୍ଧର ସ୍ଥିତି ଓ ଏହାର ସମ୍ଭାବ୍ୟ ସମାଧାନ ନେଇ ବିସ୍ତୃତ ଆଲୋଚନା କରିବେ

About The Author