September 10, 2026

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

WhatsApp Image 2026-09-08 at 5.02.35 PM

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଘରେ ପଶି ପଡ଼ୋଶୀ ମହିଳାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତାଙ୍କ ମା’ ଭରତପୁର ଥାନାରେ ଏତଲା ଦେଇଥିଲେ।

ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଛି। ପୋଲିସ ଅଭିଯୁକ୍ତଙ୍କ ଡାକ୍ତରମାଇନା ପରେ କୋର୍ଟ ଚଳାଣ କରିବ ବୋଲି ସୂଚନା ମିଳିଛି।

About The Author