ବିମାନବନ୍ଦରରେ ପାଇଲଟଙ୍କ ଉପସ୍ଥିତି ଯୋଗୁଁ ଏକ ବଡ଼ ଦୁର୍ଘଟଣା ବର୍ତ୍ତିଯାଇଛି

WhatsApp Image 2026-04-30 at 3.20.01 PM

ନୂଆଦିଲ୍ଲୀ: ଆଜି ସକାଳେ ଲକ୍ଷ୍ନୌର ଅମୌସୀସ୍ଥିତ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଇଲଟଙ୍କ ଉପସ୍ଥିତି ଯୋଗୁଁ ଏକ ବଡ଼ ଦୁର୍ଘଟଣା ବର୍ତ୍ତିଯାଇଛି। ପ୍ରାୟ ୧୨୫ ଜଣ ଯାତ୍ରୀଙ୍କୁ ନେଇ ରାୟପୁର ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ବିମାନଟି ରନୱେରେ ଗତି ବଢ଼ାଇ ସାରିଥିଲା। ହେଲେ ସେତେବେଳେ ହଠାତ୍ ଏକ ମାଙ୍କଡ଼ ସାମ୍ନାରେ ଦେଖାଦେଲା। ପାଇଲଟ ଜରୁରୀକାଳୀନ ବ୍ରେକ୍ ଲଗାଇ ବହୁ କଷ୍ଟରେ ବିମାନକୁ ଅଟକାଇଥିଲେ। ତା’ପରେ ବିମାନକୁ ରନୱେକୁ ଫେରାଇ ଅଣାଗଲା । ଏବଂ ପ୍ରାୟ ଗୋଟିଏ ଘଣ୍ଟା ପରେ, ବିମାନଟି ରାୟପୁର ଅଭିମୁଖେ ଯାତ୍ରା କରିଥିଲା।

ବିମାନବନ୍ଦର ସୂତ୍ର ଅନୁଯାୟୀ, ଲକ୍ଷ୍ନୌ ବିମାନବନ୍ଦର ବିମାନ ଘଟଣା ବିଷୟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କୁ ସୂଚନା ଦିଆଯାଇଛି । ଏବଂ ସେମାନେ ଏ ନେଇ ତଦନ୍ତ କରିବେ। ଇଣ୍ଡିଗୋ ବିମାନ ୬(ଇ) ୬୫୨୧ ସକାଳ ୮ଟା ୫୫ରେ ଲକ୍ଷ୍ନୌରୁ ରାୟପୁର ଯିବାର ଥିଲା। ବିମାନଟି ରନୱେରେ ବହୁତ ବେଗରେ ଗତି କରିଥିଲା। କିନ୍ତୁ ଏହି ସମୟରେ ପାଇଲଟ୍ ତାଙ୍କ ଆଗରେ ଏକ ମାଙ୍କଡ଼ ବସିଥିବାର ଦେଖିଥିଲେ। ଯଦି ସେ ଜରୁରୀକାଳୀନ ବ୍ରେକ୍ ଲଗାଇ ନଥାନ୍ତେ, ଏକ ବଡ ଅଘଟଣ ଘଟିଥାନ୍ତା। ଯାହା ଫଳରେ ଇଞ୍ଜିନରେ ନିଆଁ ଲାଗି ପାରିଥାନ୍ତା।

About The Author