ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଏକ ସାଙ୍ଗଠନିକ ବୈଠକ
ରାଇରଙ୍ଗପୁର: ୧୯\୫\୨୬ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆନନ୍ଦ କୁମାର ରାମ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ପଶ୍ଚିମ ମୟୂରଭଞ୍ଜ ଜୁରିଲାଲ ମହାନ୍ତ, ରାଜ୍ଯ ଯୁୂବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ପୂର୍ବତନ ରାଜ୍ଯ ସମ୍ପାଦକ ତଥା ବରିଷ୍ଠ ରାଜନେତା ଏବଂ ମାର୍ଗଦର୍ଶକ ନବୀନ ରାମ, ରାଜ୍ଯ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶକ୍ତିରଞ୍ଜନ ଶତପଥୀ, ରାଜ୍ଯ ଯୁବମୋର୍ଚ୍ଚା ଉପସଭାପତି ଆଲୋକ ରଂଜନ ମହାନ୍ତ, ରାଜ୍ଯ ସମ୍ପାଦକ ତଥା ଜିଲ୍ଲା ଇନଚାର୍ଯ୍ଯ ସୌମ୍ଯରଞ୍ଜନ ମିଶ୍ର, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଗୋପିନାଥ ଟୁଡୁ ଓ ରାଜ୍ଯ ସଂଯୋଜକ ଶୈଳେଶ ଦଳେଇ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଦଳକୁ ଆହୁରି ମଜବୁତ ଓ ସଶକ୍ତ କରିବାକୁ ପଡିବ ବୋଲି ଜୋର ଦେଇ କହିଥିଲେ l ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଯୁବମୋର୍ଚ୍ଚାର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ l ଏଥି ସହିତ ଦଳ ରେ ଆହୁରି କେମିତି ଅଧିକରୁ ଅଧିକ ଯୁବବର୍ଗ ଯୋଡି ହୋଇପାରିବେ , ସେ ସଂପର୍କରେ ମଧ୍ଯ ଆଲୋଚିତ ହୋଇଥିଲା l ଉକ୍ତ ସାଂଗଠନିକ ବୈଠନରେ ମଧ୍ଯ ଯୁବବର୍ଗଙ୍କୁ ଏକତ୍ରିତ ହେବା ପାଇଁ ଆହ୍ବାନ କରାଯାଇଥିଲା l ଭାରତୀୟ ଜନତା ପାର୍ଟି ସଦାବେଳେ ଯୁବମୋର୍ଚ୍ଚା ସହିତ ସହଯୋଗ କରିଆସିଛି l ଯୁବ ବର୍ଗ ଜାଗିଲେ ଲେଲିହାନ ଶିଖା ଭଳି ବିଦ୍ରୋହର ଅଗ୍ନି ପ୍ରଜ୍ଜଳିଚ ହୋଇ ଦେଶ ଓ ଜାତିର ଉନ୍ନତି ଅବଶ୍ଯମ୍ଭାବୀ ହୋଇପାରିବ l ସଭାପ୍ରାରମ୍ଭ ପୂର୍ବରୁ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ପରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା l ସଭା ଶେଷରେ ଜାତୀୟ ସଂଗୀତ ଜନଗଣମନ ସଂଗୀତରେ ସଭାକାର୍ଯ୍ଯ ଶେଷ ହୋଇଥିଲା l ଉକ୍ତ ଭବ୍ଯ ସଭାକୁ ରାଜ୍ଯ ଯୁବମୋର୍ଚ୍ଚା ଉପସଭାପତି ଆଲୋକ ରଂଜନ ମହାନ୍ତ ସଭା ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ l ଏଥିରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଯୁବ ମୋର୍ଚ୍ଚା କର୍ମୀ, କାର୍ଯ୍ଯକର୍ତ୍ତା ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l
