ଶୀତଳ ଭଣ୍ଡାର ନିର୍ମାଣ ଦାବିରେ ଚାଷୀମୂଲିଆ ସଂଘପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା

WhatsApp Image 2026-05-14 at 10.39.17 AM

ବରୀ: କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ବରୀ ମାଉଣ୍ଡ ଠାରେ ଏକ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ, କୃଷି ଋଣ ଛାଡ଼, କୃଷି ଯନ୍ତ୍ରପାତି, ସାର ,ବିହନ ଓ କୀଟନାଶକ ପ୍ରଭୃତି ରିହାତି ମୂଲ୍ୟରେ ଯୋଗାଇ ଦେବା, ତତ୍ ସହିତ ବନ୍ୟା ନିୟନ୍ତ୍ରଣ ଓ ବିଜୁଳିର ଘରୋଇକରଣକୁ ବାତିଲ କରିବା ପରି ଦାବି ନେଇ ଆଜି ବରୀ ବ୍ଲକକୁ ଘେରିଛି ଅଲଇଣ୍ଡିଆ କିଶାନ୍ କ୍ଷେତ ମଜଦୁର ସଂଘର ବରୀ ଶାଖା।
ବରୀ ବ୍ଲକ ଶାଖାର ସଂପାଦକ କିର୍ତ୍ତନ ବିହାରୀ ଜେନାଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ଧାରଣାସ୍ଥଳରେ ରାଜ୍ୟ କମିଟିର ସଭାପତି ସଦାଶିବ ଦାସ, ଜିଲ୍ଲା କମିଟିର ସଭାପତି ଚୈତନ୍ୟ ସାହୁ, ସଂପାଦକ ଅଚ୍ୟୁତ ପ୍ରଧାନ, ପ୍ରଫୁଲ୍ଲ ଦାସ, କୁଳମଣୀ ନାୟକ, ପବିତ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବରୀ ବ୍ଲକର ଚାଷୀକୂଳ ପାଇଁ ଶୀତଳ ଭଣ୍ଡାର ଆବଶ୍ୟକତା ସଂପର୍କରେ ମତରଖିବା ସହିତ ଶୀତଳ ଭଣ୍ଡାରଟି ବରୀ ମାଉଁଣ୍ଡ ବଜାର ନିକଟରେ ର୍ନିମାଣ କରିବାର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ମତରଖିଥିଲେ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ଦୃଢ ଦାବି ମଧ୍ୟ କରିଥିଲେ। ଏକ ପ୍ରତିନିଧି ଦଳ ବିଡ଼ିଓଙ୍କୁ ସାକ୍ଷାତ କରି ଧାରଣା ଓ ଦାବି ଗୁଡ଼ିକର ଯଥାର୍ଥତା ସଂପର୍କରେ ଅବଗତ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳ ମଧ୍ୟରେ ଚାଷୀ ସଂଗଠକ ମଧୁସୁଦନ ମଲିକ, ଶତୃଘନ ଦାସ, ବ୍ରଜ କିଶୋର ଜେନା, ଇନ୍ଦ୍ରମଣି ଦାସ, ରମେଶ ଦାସ ଓ କୁଳମଣି ଜେନା ପ୍ରମୁଖ ସାମିଲ ଥିଲେ।

About The Author