September 10, 2026

ପୂର୍ବତନ କୁସ୍ତି ମହାସଂଘ ମୁଖ୍ୟ ବ୍ରଜ ଭୂଷଣ ଶରଣ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ

WhatsApp Image 2026-08-03 at 12.03.08 PM

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାମାନଙ୍କ ଦ୍ୱାରା ଦାୟର ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କୁସ୍ତି ମହାସଂଘ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଭିନେଶ ଫୋଗଟ ଏବଂ ସାକ୍ଷୀ ମଲିକଙ୍କ ସମେତ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଏନେଇ ଅଭିଯୋଗ ଦାଖଲ କରାଯାଇଥିଲା।

ସୋମବାର କୋର୍ଟ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହ ଏବଂ ବିନୋଦ ତୋମରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ମାସରେ, କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖି ଘୋଷଣା ପାଇଁ ଅଗଷ୍ଟ ୩ ତାରିଖ ଧାର୍ଯ୍ୟ କରିଥିଲେ। କୋର୍ଟଙ୍କ ରାୟ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ସିଂହ କହିଥିଲେ, ମୁଁ କେବଳ କୋର୍ଟଙ୍କ ରାୟ ଶୁଣିବାକୁ ଆସିଛି। ମୋ ହାତରେ କିଛି ନାହିଁ। ବ୍ରିଜ ଭୂଷଣଙ୍କ ଆଇନଜୀବୀ କହିଛନ୍ତି ଯେ, ଆଦେଶର କପି ଏପର୍ଯ୍ୟନ୍ତ ମିଳିନାହିଁ। ତା’ଉପରେ ଅଧିକ ସୂଚନା ପ୍ରଦାନ କରାଯିବ।
ରାୟ ପରେ ବ୍ରିଜଭୂଷଣ ଶରଣ ସିଂହ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଆରମ୍ଭରୁ କହିଥିଲି ଯେ ଯଦି ମୋ ବିରୋଧରେ ଅଭିଯୋଗ ପ୍ରମାଣିତ ହୁଏ ଏବଂ କୋର୍ଟର ରାୟ ମୋ ବିରୋଧରେ ଆସେ, ତେବେ ମୁଁ ନିଜକୁ ଫାଶୀ ଦେବି। ଆଜି, କୋର୍ଟ ମୋତେ ଏବଂ ବିନୋଦ ତୋମରଙ୍କୁ ସମ୍ମାନଜନକ ଭାବରେ ଦୋଷମୁକ୍ତ କରିଛନ୍ତି। ଏହା ମୋର ଏବଂ ମୋର ସମର୍ଥକମାନଙ୍କ ପାଇଁ ଆନନ୍ଦର ବିଷୟ।

About The Author