ସିଏଚଏସଇ ପରୀକ୍ଷାରେ ଗୋପର ଝିଅଙ୍କ କୃତିତ୍ୱ : ୯୮.୬୭% ନମ୍ବର ରେ ଉତ୍କୃଷ୍ଟ ସଫଳତା

WhatsApp Image 2026-05-22 at 10.01.50 PM

ଯାଜପୁର ୨୨/୦୫: ଚଳିତ ବର୍ଷର ସିଏଚଏସଇ ପରୀକ୍ଷାରେ ଗୋପ ଅଞ୍ଚଳର ଛାତ୍ରୀ ସ୍ମୃତିରେଖା ପୃଷ୍ଟି ଅସାଧାରଣ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ୬୦୦ ରୁ ୫୯୨ ନମ୍ବର ରଖି ୯୮.୬୭ ପ୍ରତିଶତ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସ୍ମୃତିରେଖା କୋରେଇ ସ୍ଥିତ ପ୍ଲସ ଟୁ ହାୟର ସେକେଣ୍ଡାରୀ ସ୍କୁଲରେ ଅଧ୍ୟୟନ କରୁଥିଲେ । ସେ ପୂର୍ବରୁ ଗୋପର ପିଏମ୍ ଶ୍ରୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ।

ସେ ପିଏମ୍ ଶ୍ରୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରାଥମିକ ଶିକ୍ଷୟିତ୍ରୀ ସବିତା ଦେଇଙ୍କ କନ୍ୟା । ସ୍ମୃତିରେଖା ନିଜ ସଫଳତାର ଶ୍ରେୟ ଭଗବାନ, ଶିକ୍ଷକ ଓ ଅଭିଭାବକଙ୍କୁ ଦେଇଛନ୍ତି ।

ତାଙ୍କ ଏହି କୃତିତ୍ୱ ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

About The Author