କଟକଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ କୁଆଁପାଳ ଛକରେ ଗୁଳିକାଣ୍ଡ

gun

କଟକ: କଟକଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ କୁଆଁପାଳ ଛକରେ ଗୁଳିକାଣ୍ଡ । ମାଣିଆବନ୍ଧ ସନ୍ତରାବାଡ଼ି ସରପଞ୍ଚଙ୍କ ସ୍ୱାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା (୩୨) ତାଙ୍କ ପୁଅକୁ ନେଇ ସେଲୁନକୁ ଚୁଟି କାଟିବା ପାଇଁ ଯାଉଥିବା ବେଳେ ତାଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ ହୋଇଥିଲା। ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ କାଳିଆଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି କାଳିଆଙ୍କ ଛାତି ଏବଂ ଗୋଡ଼ରେ ବାଜିଥିବା ଜଣାପଡ଼ିଛି।

About The Author