September 10, 2026

ଇମ୍ରାନଙ୍କୁ ଭେଟିଲେ ଭଉଣୀ ଓ ପତ୍ନୀ

WhatsApp Image 2026-08-20 at 11.57.17 AM

ଇସଲାମାବାଦ: ଦୀର୍ଘ ଦିନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଭଉଣୀ ନୋରିନ ନିୟାଜୀ ଓ ପତ୍ନୀ ବୁସରା ବିବି ଆଜି ଆଦିଆଲା ଜେଲକୁ ଯାଇ ଇମ୍ରାନଙ୍କୁ ସାକ୍ଷାତ କରିଛନ୍ତି। ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ସାକ୍ଷାତରେ ଏହି ପୂର୍ବତନ କ୍ରିକେଟରଙ୍କୁ ନିଜ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚରା ଯାଇଥିଲା। ତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଚିକିତ୍ସା ପାଇଁ ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ପଠାଯିବ ବୋଲି କୁହାଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରାୟ ୯ ମାସ ପରେ ନୋରିନ ନିଜ ଭାଇଙ୍କୁ ଦେଖି ପାରିଛନ୍ତି। ସେହିପରି ବୁସରା ଓ ଇମ୍ରାନଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା। ଜେଲରୁ ବାହାରିବା ପରେ ନୋରିନ ଏହି ସୂଚନା ଦେଇଥିଲେ।

About The Author