September 10, 2026

ଏନଟିଏ ପରିଚାଳିତ ନିଟ୍ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ

WhatsApp Image 2026-08-20 at 11.59.20 AM

ନୂଆଦିଲ୍ଲୀ: ଏନଟିଏ ପରିଚାଳିତ ନିଟ୍ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବ୍ୟବସ୍ଥାକୁ ଭାଙ୍ଗିବା କଷ୍ଟକର। ପ୍ରଶ୍ନପତ୍ର ପ୍ରସ୍ତୁତ କରିବାଠାରୁ ଏହାକୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥାଏ। ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ୟୁପିଏସସି ଭଳି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୁନର୍ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ଆଲୋକ ଅାରାଧେଙ୍କ ଖଣ୍ଡପୀଠ କହିିଛନ୍ତି ଯେ ନୂଆ ପ୍ରଯୁକ୍ତିବିଦ୍ୟା ବୁଝି ପାରୁଥିବା ଅଧିକାରୀଙ୍କୁ ନିଯୁକ୍ତି କର। ଅଭିଜ୍ଞ ଅଧିକାରୀଙ୍କୁ ବାରମ୍ବାର ବଦଳି କର ନାହିଁ। ଏଫଏଆଇଏମଏ ଓ ଅନ୍ୟ ଆବେଦନକାରୀଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆବେଦନରେ ଏନଟିଏ ଭଙ୍ଗ କରିବାକୁ ଓ ପ୍ରଶ୍ନପତ୍ର ପ୍ରଘଟ ବନ୍ଦ ଲାଗି ମଜଭୁତ ଯାଞ୍ଚ ବ୍ୟବସ୍ଥା ଆଣିବାକୁ ନିବେଦନ କରାଯାଇଥିଲା।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ସରକାର ଯେଉଁ ସୁରକ୍ଷା ବ୍ୟବସ୍ଥା କଥା କହୁଛନ୍ତି, ପୂର୍ବରୁ ରାଧାକୃଷ୍ଣ କମିଟି ତାହାର ସମୀକ୍ଷା କରି ସାରିଛି। ସମସ୍ୟାର ସମାଧାନ ଲାଗି ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଭାବୀ ରହିପାରୁଥିବା ଉପାୟ ଆବଶ୍ୟକ। ବ୍ୟବସ୍ଥା ଏଭଳି ହେବା ଉଚିତ, ଯେଭଳି ଅଧିକାରୀଙ୍କ ବଦଳି ପରେ ବି ପରୀକ୍ଷା କରାଇବାର କ୍ଷମତା ସଂସ୍ଥା ପାଖରେ ରହୁଥିବ। ସେଥିପାଇଁ ପୁରୁଣା ଟିମର ଅଭିଜ୍ଞତା ଓ କାମ କରିବାର ଦକ୍ଷତା ନୂଆ ଟିମ ପାଖରେ ପହଞ୍ଚିବା ଉଚିତ। କାଗଜରେ ପ୍ରକ୍ରିୟା ଉତ୍ତମ ଦେଖାଯାଇପାରେ, ମାତ୍ର ଗୋଟିଏ ପରେ ଆଉ ଗୋଟିଏ ପରୀକ୍ଷା ପର୍ଯ୍ୟନ୍ତ ବ୍ୟବସ୍ଥା ଯେପରି ଦୁର୍ବଳ ନ ହୁଏ ତାହା ସୁନିଶ୍ଚିତ କରିବାକୁ ହେବ।

About The Author