ଚାଷୀ ଙ୍କୁ ରବି ଧାନ ବିକ୍ରି ପାଇଁ ଆଜି ଟୋକନ

farmer

ଭବାନୀପାଟଣା: ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷୀ ଙ୍କୁ ରବି ଧାନ ବିକ୍ରି ପାଇଁ ଆଜି ଟୋକନ ମିଳିଛି। ଏଣୁ ଏହି ପ୍ରକଳ୍ପ ର କେନାଲ ଅନ୍ତର୍ଗତ ଜୟପାଟଣା, କୋକସରା ଏବଂ ଧର୍ମଗଡ ଅଞ୍ଚଳ ଚାଷୀଙ୍କ ମୁହଁ ରେ ହସ ଫୁଟିଛି। ଏଥିସହିତ ଟୋକନ ପାଇଁ ବିଭିନ୍ନ ମାଧ୍ୟମରେ ଚାଲିଥିବା ଆନ୍ଦୋଳନ ପ୍ରଶମିତ ହେଇଛି। ସୂଚନାଯୋଗ୍ୟ ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କେନାଲ ମାଧ୍ୟମରେ ପ୍ରାୟ ୧୮ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା। ସେହି ଅନୁଯାୟୀ ପ୍ରାୟ ୧୨ ହଜାର ରୁ ଅଧିକ ଚାଷୀ ଧାନ ଚାଷ କରିଥିଲେ। ଅଥଚ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ହେଇପାରିଲା ନାହିଁ। ଏଣୁ ଧାନ ଅମଲ ପରେ ଧାନ କିଭଳି ବିକ୍ରି କରିବେ ସେନେଇ ଚାଷୀମାନେ ଚିନ୍ତାରେ ଥିଲେ। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଏକାଧିକବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ବିଜେଡି ନେତୃବର୍ଗ ମଧ୍ୟ ବିଭିନ୍ନ ମହଲରେ ଚାପ ସୃଷ୍ଟି କରିଥିଲେ। ଚାଷୀମାନେ ଗତ ୮ ତାରିଖ ଠାରୁ ବିଭିନ୍ନ ସମୟରେ ରାସ୍ତାରୋକୋ, ଜିଲାପାଳ ଅଫିସ ଘେରାଓ, ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଥିଲେ। ପୁଣି କେତେକ ଚାଷୀ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହେଇଥିଲେ। ବିଜେଡି ସମେତ ବିରୋଧୀ ଦଳ ମାନେ ଚାଷୀ ଆନ୍ଦୋଳନ ରେ ସାମିଲ ହେଇଥିଲେ। ତେବେ ଧାନ ବିକ୍ରି ନେଇ ଚାଷୀମାନେ ନାନା ଅନିଶ୍ଚିତତା ମଧ୍ୟରେ ଥିବା ବେଳେ ଆଜି ବହୁ ସଂଖ୍ୟକ ଚାଷୀ ଙ୍କ ନିକଟକୁ ଧାନ ବିକ୍ରି ପାଇଁ ଟୋକନ ଆସିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର ରୁ ଅଧିକ ଚାଷୀ ଙ୍କ ନିକଟକୁ ଟୋକନ ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଟୋକନ ଆସିବ ବୋଲି କୁହାଯାଉଛି। ଏଣୁ ଚାଷୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି। ତେବେ ଏହି କେନାଲ ଅଞ୍ଚଳ ର ସମସ୍ତ ଚାଷୀ ଙ୍କୁ ଟୋକନ ଦିଆଯିବା ପାଇଁ ଚାଷୀ ମହଲରେ ଦାବି ହେଉଛି।

About The Author