ବିସୂର୍ଯ୍ୟନଗର ଥାନା ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ:କାଧିକ ବ୍ୟକ୍ତି ଗୁରୁତର ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କବିସୂର୍ଯ୍ୟନଗର ଥାନା ଗୁଡିଆଳି ଛକରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଓ ପରସ୍ପରକୁ ମରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ଗୋଷ୍ଠୀର ୬ଜଣ ଆହତ ହୋଇଛନ୍ତି। ତିନିଜଣଙ୍କୁ ଆସିକା ଓ ଅନ୍ୟ ୩ ଜଣଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାନିମନ୍ତେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗଣ୍ଡଗୋଳର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ବିବାଦ ପୁରୁଣା ବ୍ୟବସାୟିକ ବୋଲି ଜଣାଯାଇଛି। ମିଳିଥିବା ସୂଚନାରେ, ଗୋଟିଏ ଗୋଷ୍ଠୀ ଗୁଡ଼ିଆଳି ଛକ ଉପରେ ଜଳଖିଆ ଦୋକନକରିଥିଲେ। ଅନ୍ୟ ଗୋଷ୍ଠୀ ସେହି ଏନେଇ ବଟି ଦାବି କରିଥିଲେ ନଚେତନ୍ ସେହି ସ୍ଥାନରୁ ଦୋକାନ ଉଠାଇଦେବାକୁ ଧମକଚମକ ଦେଉଥିଲେ। ପୂର୍ବେ ଅନେକ ଥର ଏହି ଘଟଣାକୁ ନେଇ ବିବାଦ ହୋଇଛି। ରବିବାର ଅନୁରୂପ ଉଚ୍ଚବାଚ ପରେ ପରସ୍ପର ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଆହତକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
