ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ନବଜାତ ଶିଶୁ ମୃତ୍ୟୁ ଘଟଣା
ଯାଜପୁର: ଯାଜପୁରଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ନବଜାତ ଶିଶୁ ମୃତ୍ୟୁ ଘଟଣାର ନୂଆ ମୋଡ଼। ଶିଶୁ ବଦଳି ଅଭିଯୋଗ କଲେ ମୃତକଙ୍କ ପରିବାର ଵର୍ଗ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରେ ମୃତ ଶିଶୁକୁ ଧରି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପରିବାର ଵର୍ଗ। ପ୍ରଥମେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଶିଶୁକୁ ବଦଳି କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।
ଗତକାଲି ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ଗ୍ରାମର କୈଳାଶ ଚନ୍ଦ୍ର ଓଝାଙ୍କ ପତ୍ନୀ ରଶ୍ମିତା ସୁତାରଙ୍କୁ ପ୍ରସୂତି ବିଭାଗରେ ଭର୍ତି କରାଯାଇଥିଲା । ଗତକାଲି ସକାଳ ୧୦ଟା ସମୟରେ ରଶ୍ମିତାଙ୍କ ଅପରେସନ ପରେ ଶିଶୁ ଜନ୍ମ ହୋଇଥିଲା । ଶିଶୁ ଗୁରୁତର ଥିବା କହି କଟକ ସ୍ଥାନାନ୍ତର କରାଯାଇଥିଲା।
