ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀରେ ଭାରତ

sindoor

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀରେ ଭାରତ, ସୀମାପାର ଆତଙ୍କବାଦ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ସ୍ଥିତି ସମ୍ପର୍କରେ ଶୂନ୍ୟ-ସହିଷ୍ଣୁତା ନୀତିକୁ ଦୋହରାଇଛି। ପିଓକେକୁ ପୁଣି ଅଧିକୃତ କରିବାକୁ କୌଣସି ସରକାରୀ ସ୍ତରୀୟ ସୂଚନା ନଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କିଛି କାର୍ଯ୍ୟକଳାପ ଏହା ସୂଚିତ କରୁଛି ଯେ, ଆଗାମୀ ଦିନରେ ଭାରତ ପିଓକେ ଉପରେ ଏକ ବଡ଼ ଆକ୍ରମଣ କରି ନିଜ ଅଧୀନକୁ ଆଣି ପରେ।

ସାମ୍ପ୍ରତିକ ରଣନୈତିକ ପରିବର୍ତ୍ତନ ଏବଂ ଉଚ୍ଚସ୍ତରୀୟ ବୟାନବାଜି ସୂଚାଇ ଦେଉଛି ଯେ ଭାରତ ଏବେ ପିଓକେକୁ ପୁନଃପ୍ରାପ୍ତ କରିବା ପାଇଁ ପିଓକେରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଆଗକୁ ନେଇଛି। ମେ ୭ରେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ଏକ ଫୁଟେଜ୍ ଜାରି କରିଛନ୍ତି। ଯେଉଁଥିରେ ଘୋଷଣା କରାଯାଇଛି ଯେ ଅପରେସନ୍ ସିନ୍ଦୂର ଜାରି ରହିଛି। ଗତବର୍ଷ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ, ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଘାଟି ଉପରେ ୨୫ ମିନିଟ୍ ଧରି ଭାରତ ଆକ୍ରମଣ କରିଥିଲା। ଯାହାର ରିପୋର୍ଟ ଅନୁଯାୟୀ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତ।

About The Author