ନିଶାକାରବାର ବନ୍ଦ ପ୍ରତିବାଦ ସଭାରେ ଜଣେ ନିଶାଗ୍ରସ୍ତ ଯୁବକ ହାତରେ ଫାର୍ସାଧରି ଗାଳିଗୁଲଜ କରୁଥିବା‌ ଦେଖିବାକୁ ମିଳିଛି

WhatsApp Image 2026-05-21 at 4.27.00 PM

ଦଶରଥପୁର: ପଞ୍ଚାୟତରେ ମଦ ବନ୍ଦ କରିବା, ନିଶାକାରବାର ବନ୍ଦ କରିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ। ଏଭଳି ପ୍ରତିବାଦ ସଭାରେ ଜଣେ ନିଶାଗ୍ରସ୍ତ ଯୁବକ ହାତରେ ଫାର୍ସାଧରି ଗାଳିଗୁଲଜ କରୁଥିବା‌ ଦେଖିବାକୁ ମିଳିଛି। ଯଦିଓ କୌଣସି ବଡ଼ ଅଘଟଣ ଘଟିନଥିଲା, କିନ୍ତୁ ପୁଲିସକୁ ବାରମ୍ବାର ସୂଚନା ସତ୍ତ୍ବେ ପୁଲିସ ପହଞ୍ଚିନଥିବାରୁ ଅଞ୍ଚଳରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ମଲିକାପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ ମଦ ଦୋକାନ ବନ୍ଦ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ସମାଜସେବୀ ତରଣୀସେନ ପତି ଓ ସନ୍ତୋଷ ମହାନ୍ତିଙ୍କ ଆବାହକତ୍ୱରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହାକୁ ଦଶରଥପୁର ନିଶା ନିବାରଣ ସଂଘ ସମର୍ଥନ ଜଣାଇଥିଲେ। ଅଶୋକ ମହାନ୍ତିଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଚାଲୁଥିବା ବେଳେ ଦେଖାଦେଇଥିଲା ଅଘଟଣ। ସଭାକୁ ଭଣ୍ଡୁର କରିବା ପାଇଁ ମଲିକାପୁରସ୍ଥ ସରକାରୀ ମଦ ବ୍ୟବସାୟୀ ଶୋଭେନ ମହାନ୍ତି ତାଙ୍କ କିଛି ଖଳ ପ୍ରକୃତିର ଅସାମାଜିକ ଲୋକଙ୍କୁ ପଠାଇ ଭୟଭୀତ କରି ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ ବୋଲି ନିଶା ବିରୋଧୀ ଅଭିଯାନର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ସଭା ଚାଲିଥିବାବେଳେ ସ୍ଥାନୀୟ ମଲିକାପୁର ଗ୍ରାମର ଅଶୋକ ମଲିକ ଅଶ୍ଳୀଳ ଭାଷାରେ ଗାଳି ଗୁଜଳ କରିବା ସହିତ ଧମକ ଦେଉଥିଲେ। ଉମେଶ ମଲିକ (କାଳିଆ) ଏକ ଫାର୍ସା ହାତରେ ଧରି ହତ୍ୟା କରିବାକୁ ଧମକ ଦେଇ ଚାଳୁଥିଲେ। ଯାହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି। ଏଥିନେଇ ସ୍ଥାନୀୟ ମଙ୍ଗଳପୁର ପୁଲିସ ଆଇଆଇସିଙ୍କୁ ସଭା ମଞ୍ଚରୁ ତରଣୀସେନ ପତି, ମଳୟ ପଣ୍ଡା ଘଟଣା ସମ୍ପର୍କରେ ଅବଗତି କରିଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ପହଂଚି ନଥିଲା। ଯାହାକି ତଦନ୍ତ ସାପେକ୍ଷ।

ତୁରନ୍ତ ବିଶୃଙ୍ଖଲା କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ମଦ ଦୋକାନ ବନ୍ଦ ପାଇଁ ଯତୀନ୍ଦ୍ର ପତି, ପାର୍ଥ ପାଣି, ବୁନୁ ସାମଲ, ଶିଶିର ଜେନା, ହିତେଶ ପାଣି, ତରଣୀସେନ ପତି, ଅଶୋକ ମହାନ୍ତି, ନିଶା ନିବାରଣ କମିଟି ପକ୍ଷରୁ ସଭାପତି ଦୁର୍ଗା ଚରଣ ବାରିକ, ମଳୟ ପଣ୍ଡା, ପ୍ରିୟବ୍ରତ ବିଶ୍ୱାଳ, ହରିଶ ଚନ୍ଦ୍ର ପଣ୍ଡା, ବାମଦେବ ରଥ, ବିଜୟନନ୍ଦ ମହାନ୍ତି ପ୍ରମୁଖ ଜିଲ୍ଲପାଳ ଏବଂ ଏସପିଙ୍କ ନିକଟରେ ଦାବି ଜାଣିଇଛନ୍ତି।

About The Author