ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ

body

କାଳିଆପାଣି: ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁରଜିଲ୍ଲା ଖଣିଅଞ୍ଚଳରେ ଆମ୍ବୁଲାନ୍ସ ବିନା ଆଉ ଜଣେ ଖଣି ଶ୍ରମିକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ବରଗଜୀ ଗାଁର ବୋଝେଇ ଖଣି ଶ୍ରମିକ ରିଟୁ ମୁଣ୍ଡା(୪୬)। ୧୮ ତାରିଖ ସକାଳ ସେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ ବୋଝେଇ କାମ ସାରି ବାଇକ୍‌ରେ ଘର ଫେରୁଥିଲେ।

ଗାଁ ମୁଣ୍ଡରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କାଦେଇ ଖସି ପଳାଇଥିଲା। ତାଙ୍କ ଜଙ୍ଘ ଓ ଆଙ୍ଗୁଠିରେ ଆଘାତ ଲାଗିଥିଲା। କଠିନ ପରିଶ୍ରମ କରି ପ୍ରଚଣ୍ଡ ଖରାରେ ୧୦ କିଲୋମିଟର ବାଟ ବାଇକ୍‌ ଚଳାଇ ‌ରିଟୁ ଘରେ ପହଞ୍ଚି କ୍ଳାନ୍ତ ଥିବାରୁ ଆଘାତକୁ ଅଣ‌ଦେଖା କରି ମଧ୍ୟାହ୍ନ ଭୋଜନ କରି ଶୋଇ ପଡ଼ିଥିଲେ। ରାତିରେ ବି ଉଠି ପାରିନଥିଲେ। ଗତକାଲି ସକାଳୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଦେଖା ଦେଇଥିଲା। ସକାଳ ୮ ଟାରୁ ଗାଁ ପାଖାପାଖି ରହୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ ଖୋଜା ପଡ଼ିଥିଲା।

ଏହା ନଥିବା ଜାଣି ୧୦୮ କୁ କଲ୍‌ କରିବାର ୩ ଘଣ୍ଟା ପରେ ଏହା ଉପଲବ୍‌ଧ ହୋଇଥିଲା। ପତ୍ନୀ ଚମ୍ପା ଓ ସାନଭାଇ କାଳିଆ ରିଟୁଙ୍କୁ ନେଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚଲା ବେଳକୁ ୧୨ଟା ବାଜି ଯାଇଥିଲା। ଡାକ୍ତର ଦିନ ଗୋଟାଏରେ ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପତ୍ନୀଙ୍କ ଏତଲା ଆଧାରରେ ଥାନାରେ ଏକ ‌କେସ୍ ନମ୍ବର ୪୮/୨୬ ରୁଜୁ କରାଯାଇଛି। ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ଓ କନଷ୍ଟେବଲ୍ ସୁକିନ୍ଦା ମେଡିକାଲ ପହଞ୍ଚି ତଦନ୍ତ କରି ଶବ ବ୍ୟବଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ସମାନ୍ତରାଳ ଭ‌ାବେ ଏହି ଥାନାର ଅନ୍ୟ ଜଣେ ବ୍ୟକ୍ତି କାକୁଡ଼ିଆ ଗାଁର ଶୁକୁରା ହେମ୍ବ୍ରମ(୪୫)ଙ୍କର ସାପ କାମୁଡ଼ା ଜନିତ ମୃତ୍ୟୁ ଅଭିଯୋଗ ଆସିଥିଲା

About The Author