ଅହମଦାବାଦ ବିସ୍ଫୋରଣ ମାମଲା ; ୩୮ ଦୋଷୀଙ୍କୁ ଫାଶୀ, ୧୧ ଜଣଙ୍କୁ ଆଜୀବନ ଦଣ୍ଡାଦେଶ କାଏମ

WhatsApp Image 2026-07-08 at 8.19.53 AM

ଅହମ୍ମଦାବାଦ : ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟର ଆଦେଶକୁ ବଜାୟ ରଖିଛନ୍ତି ଓ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁଦଣ୍ଡକୁ ବଜାୟ ରଖିଛନ୍ତି। ୧୧ ଜଣ ଆତଙ୍କବାଦୀଙ୍କ ଆଜୀବନ କାରାଦଣ୍ଡ ବଜାୟ ରହିବ।
ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟର ଆଦେଶକୁ ବଜାୟ ରଖି ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁଦଣ୍ଡକୁ ବଜାୟ ରଖିଛନ୍ତି।

ହାଇକୋର୍ଟ ପୀଡିତଙ୍କ ପାଇଁ କ୍ଷତିପୂରଣ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୫୬ ଜଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ୨୦୦ ରୁ ଅଧିକ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ।

About The Author