ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ ନେଇଛି ଜାତୀୟ ତଦନ୍ତ ସଂସ୍ଥା (NIA)

WhatsApp Image 2026-07-14 at 4.56.25 PM

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ ନେଇଛି ଜାତୀୟ ତଦନ୍ତ ସଂସ୍ଥା (NIA)। ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA କୋର୍ଟ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି। ଏନଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବାର ଦୁଇ ଦିନ ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଏନଆଇଏ କୋର୍ଟର ବିଚାରପତି ଗତ ୮ ଜୁଲାଇରେ ଏହି ପରୱାନା ଜାରି କରିଥିଲେ। ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ରରେ ହାଫିଜ୍ ସଇଦଙ୍କ ସମ୍ପୃକ୍ତିକୁ ନେଇ ଏନଆଇଏ ଅଧିକ ତଦନ୍ତ କରୁଥିବା ବେଳେ ଏହି ଆଇନଗତ ପଦକ୍ଷେପ ନିଆଯାଇଛି।

ଏନଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ରେ ୭୬ ବର୍ଷୀୟ ହାଫିଜ୍ ସହ ଲସ୍କର-ଏ-ତୈବା ଏବଂ ଏହାର ପ୍ରକ୍ସି ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF)ର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଓ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ୧୯୬୭ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି

About The Author