ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଛି ଅନୁମୋଦନ
ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ଐତିହ୍ୟ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଆଉ ଏକ ବଡ଼ ସଫଳତା ମିଳିଛି। ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଛି ଅନୁମୋଦନ।
ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’। ଏହି ପାଞ୍ଚଟି ଟ୍ରେଡ୍ ମାର୍କ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବାକୁ ଅନୁମୋଦିତ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ‘ଏକ୍ସ’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ସୂଚନା ଦେଇଛନ୍ତି।
