ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ “ଲକ୍ଷ ଲକ୍ଷ ଯୁବକଙ୍କ ବିଜୟ” ବୋଲି କହିଛନ୍ତି
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ “ଲକ୍ଷ ଲକ୍ଷ ଯୁବକଙ୍କ ବିଜୟ” ବୋଲି କହିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଦେଶର ଛାତ୍ରଛାତ୍ରୀଙ୍କ ସ୍ୱର ଶେଷରେ ସରକାରଙ୍କ ପାଖରେ ପହଞ୍ଚିଛି।
ଖଡ଼ଗେ ଆହୁରି ମଧ୍ୟ କହିଛନ୍ତି,ଭାରତର ଛାତ୍ରଛାତ୍ରୀଙ୍କ ସ୍ୱର ଶେଷରେ ଅହଂକାରୀ ଶକ୍ତିର ଦ୍ୱାରଦେଶରେ ପହଞ୍ଚିଛି। ଏହା ଆମର ଲକ୍ଷ ଲକ୍ଷ ଯୁବକଙ୍କ ବିଜୟ, ଯେଉଁମାନେ ସାରା ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହା ସତ୍ୟର ବିଜୟ ଏବଂ ମୋଦୀଙ୍କ ଜିଦ୍ର ପରାଜୟ। ଏହା ସେହି ସମସ୍ତ ପରିବାରଙ୍କ ବିଜୟ, ଏହି ଦୁର୍ନୀତିଗ୍ରସ୍ତ ସରକାରଙ୍କ ପାଇଁ ନିଜ ପ୍ରିୟଜନ କିମ୍ବା ସନ୍ତାନଙ୍କୁ ହରାଇଛନ୍ତି।
