ତଲସରା ଥାନା ଅନ୍ତର୍ଗତ ବେଲସରା ଘାଟିରେ ଗତକାଲି ଅପରାହ୍ଣରେ ଏକ ସଡ଼କ ଦୁର୍ଘଟଣା
ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ ବେଲସରା ଘାଟିରେ ଗତକାଲି ଅପରାହ୍ଣରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଓଆହତ ଯୁବକ ଦୁଇଜଣ ଦୁଇ ଭାଇ ବୋଲି ଜଣାଯାଇଛି। ସୂଚନାନୁସାରେ, ଅପରାହ୍ଣ ସାଢେ ୨ଟା ସମୟରେ ତଲସରା ପଟୁ ସ୍କୁଟିରେ (ଓଡି ୧୬ଏମ ୪୪୦୧) ସ୍କୁଟିରେ ଦୁଇ ଭାଇ ନିଜ ଗ୍ରାମ କିରମସିରାକୁ ଯାଉଥିଲେ। ଭାରସାମ୍ୟ ହରାଇ ବେଲସରା ଘାଟିରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇଜଣ ଛିଟିକି ପଡ଼ିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୨ ଭାଇଙ୍କୁ ଉଦ୍ଧାର କରି ସବଡେ଼ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ଭାଇ ଆରବିନ କେର୍କେଟା (୧୮) ଙ୍କ ମୃତ୍ୟୁ ଘଟିଥିଲା। ବଡଭାଇ ଆନନ୍ଦ କେର୍କେଟା (୨୧ ) ଗୁରୁତର ଥିବାରୁ ସେ ଚିକିତ୍ସିତ ହେଉଛନ୍ତି। ଆରବିନଙ୍କ ମୃତ୍ୟୁ ଖବର ପାଇ ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି। ଏବାବଦରେ ତାଙ୍କ ବଡ ମାଆ ସୁଷମା କେର୍କେଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ଜଣାପଡିଛି।
