ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବାଦାମପାହାଡ଼ ବନାଞ୍ଚଳ ଅନ୍ତର୍ଗତ ଦୁଧିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ତଲକପୋଖରୀ ପଞ୍ଚାୟତ ଦୁଧିଝରଣ ଗ୍ରାମର ଖଡ଼ିଆ ଜନଜାତିର ଗୁରୁକା ଦେହୁରୀଙ୍କ ପୁଅ ଲାଲମୋହନ ଦେହୁରୀ (୪୪) ଦଳକିସାହି ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ବାଦାମପାହାଡ ଥାନା ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛନ୍ତି । ବାଦାମପାହାଡ ଥାନାରେ କେସ ନଂ ୯/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ମୃତ ଯୁବକଙ୍କ ନିକଟରେ କିଛି ମଦ ବ୍ୟବସାୟ ମଦ ତିଆରି କରୁଥିବାର ସୂଚନା ମିଳିଛି । ତେବେ ସେହି ମଦ ବାସ୍ନାରେ ହାତୀ ଆସିଥିବା ଚର୍ଚ୍ଚା ହେଉଛି ।
