September 10, 2026

ଗତକାଲି ମଧ୍ୟରାତ୍ରରେ ବଜ୍ରାଘାତରେ ଗୋଟିଏ ପରିବାରର ୮ ଜଣ ଗୁରୁତର

WhatsApp Image 2026-07-20 at 5.45.31 PM

ନୀଳଗିରି: ଗତକାଲି ମଧ୍ୟରାତ୍ରରେ ବଜ୍ରାଘାତରେ ଗୋଟିଏ ପରିବାରର ୮ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଭିତରେ ତିନିଜଣ ଶିଶୁ ଅଛନ୍ତି। ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେସିପୁର ପଞ୍ଚାୟତ ବୁଦୁଡାହି ନିକଟ ନଟାପଡା ଗାଁର ରଘୁ ସିଂଙ୍କ ପରିବାର ଘରେ ଶୋଇଥିଲେ। ଗତକାଲି ମଧ୍ୟ ରାତ୍ରରେ ବଜ୍ରାଘାତ ହେବା ଯୋଗୁଁ ରଘୁ ସିଂ, ସ୍ତ୍ରୀ ଲିବୁ, ପୁଅ ବୁଦ୍ଧିଆ, ଝିଆରୀ ଗୁରୁବାରୀ, ଭଉଣୀ ମେଞ୍ଜ, ଭାଣିଜୀ ରଞ୍ଜିତା, ଭଣଜା ସୁମନ, ଝିଆରୀ ପ୍ରମୁଖ ଗୁରୁତର ହୋଇ ପ୍ରଥମେ ବରମପୁର ଓ ପରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍ଗୀନ ହେବାରୁ ସେମାନଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। ଏହି ବଜ୍ରାଘାତରେ ୩ଟି ଛେଳି ମରି ଯାଇଛନ୍ତି।

About The Author