ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି
ବେଙ୍ଗଲୁରୁ: ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି।ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ସିଦ୍ଦରମୈୟା। ପଦ ଛାଡିବା ପରେ ସେ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ। ରାଜ୍ୟସଭାକୁ ଯିବା ପାଇଁ ସିଧା ସିଧା ମନା କଲେ ସିଦ୍ଦରମୈୟା । ସେ କହିଛନ୍ତି ଯେ,ମୋତେ ହାଇକମାଣ୍ଡ ପ୍ରସ୍ତାବ ଦେଇଥିଲେ ମାତ୍ର ମୁଁ ଏହାକୁ ଅଗ୍ରାହ୍ୟ କରି ସାରିଛି। ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜନୀତିରେ ରହିବି ଜଣାଇ ସାରିଛି ବୋଲି ସେ କହିଛନ୍ତି।
ଗୁରୁବାର ପଦ ଛାଡିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ବେଙ୍ଗଲୁରୁ ରାଜଭବନ ଯାଇ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଅନୁପସ୍ଥିତ ଥିବାରୁ ତାଙ୍କ ସଚିବଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡ ଇସ୍ତଫା ପାଇଁ କହିଥିବା କହିଛନ୍ତି ସିଦ୍ଦରମୈୟା। ମୁଖ୍ୟମନ୍ତ୍ରୀ ସୁଯୋଗ ପାଇଁ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
